ରାଜ୍ୟରେ ପୁଣି ଚିହ୍ନଟ ହେଲେ ୮୬ କରୋନା ଆକ୍ରାନ୍ତ, ସମ୍ବଲପୁରରୁ ସର୍ବାଧିକ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୮୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଳାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୩୭୨୭୭ରେ ପହଞ୍ଚିଛି।

 

ଏନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। ଆଜି ଅନୁଗୁଳରୁ ଜିଲ୍ଲାରୁ ୧, ବାଲେଶ୍ୱରରୁ ୭, ବରଗଡରୁ ୧, ବଲାଙ୍ଗିରରୁ ୩, କଟକରୁ ୯, ଦେବଗଡରୁ ୩, ଯାଜପୁରରୁ ୪, ଝାରସୁଗୁଡାରୁ ୭, କେନ୍ଦୁଝରରୁ୧, ଖୋର୍ଦ୍ଧାରୁ ୫, ମୟୁରଭଞ୍ଜରୁ ୮, ନୂଆପଡାରୁ ୧, ପୁରୀରୁ ୧୨, ସମ୍ବଲପୁରରୁ ୧୬, ସୋନପୁରରୁ ୧, ସୁନ୍ଦରଗଡରୁ ୬ ଏବଂ ଷ୍ଟେଟପୁଲରୁ ଜଣେ ସୁସ୍ଥ ହୋଇଛନ୍ତି।