ରାଜ୍ୟରେ ଆଉ ୮, ୫୧୬  କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୮, ୫୧୬ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୭ଲକ୍ଷ ୮୧ହଜାର ୪୮୮କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୧୮, କଟକରୁ ୭୩୮, ବାଲେଶ୍ୱରରୁ ୫୬୪, ମୟୁରଭଞ୍ଜରୁ ୫୫୬, ଯାଜପୁରରୁ ୧୧୪, ଢେଙ୍କାନାଳରୁ ୪୮୫, ସୁନ୍ଦରଗଡ଼ରୁ ୪୭୩,  ପୁରୀରୁ ୪୩୭, ରାୟଗଡ଼ାରୁ ୩୬୯, ଜଗତସିଂହପୁରରୁ ୨୫୬, ବୌଦ୍ଧରୁ ୨୫୪, ନୟାଗଡ଼ରୁ ୨୨୪, କେନ୍ଦ୍ରାପଡ଼ାରୁ ୨୨୧, ନବରଙ୍ଗପୁରରୁ ୨୧୫ ଓ ଅନୁଗୁଳ ଜିଲ୍ଲାରୁ ୨୦୩ଜଣ ରହିଛନ୍ତି। ସେହିପରି ଷ୍ଟେଟପୋଲରୁ ୧୮୫, କଳାହାଣ୍ଡିରୁ ୧୮୨, ବରଗଡ଼ରୁ ୧୮୧, କେଉଁଝରରୁ ୧୭୩, କୋରାପୁଟରୁ ୧୬୮, ସମ୍ବଲପୁରରୁ ୧୬୦, ଭଦ୍ରକରୁ ୧୪୪,  ସୋନପୁରରୁ ୧୩୨, ମାଲକାନଗିରିରୁ ୯୯, ବଲାଙ୍ଗିର ୮୯, ଝାରସୁଗୁଡ଼ାରୁ ୮୦, ଦେଓଗଡ଼ରୁ ୭୧, କନ୍ଧମାଳରୁ ୭୦, ଗଜପତିରୁ ୫୬, ନୂଆପଡ଼ାରୁ ୫୦ ଓ ଗଞ୍ଜାମ ଜିଲ୍ଲାରୁ ୪୯ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୮ଲକ୍ଷ ୪୨ହଜାର ୪୬୧କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ୭ଲକ୍ଷ ୮୧ହଜାର ୪୮୮ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୨୧୦ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୭ହଜାର ୨୧୦ଜଣ ଚିକିତ୍ସିତ ହେଉଛନ୍ତି।