ବରଗଡ଼,ଏନ୍ଏନ୍ଏସ୍ : ବରଗଡ଼ ଜିଲ୍ଲାରେ ଦିନକରେ ୮୧ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୬୯ରେ ପହଞ୍ଚିଛି।
ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବରଗଡ଼ ପୌରାଞ୍ଚଳରୁ ୩୨, ଗାଇସିଲେଟ ବ୍ଲକରୁ ୧୫, ଭଟଲି ବ୍ଲକରୁ ୧୧, ବରପାଲି ଏନଏସିରୁ ୮, ସୋହେଲା ଓ ଅମ୍ବାଭୋନା ବ୍ଲକରୁ ୪ ଲେଖାଏଁ, ଭେଡେନ ବ୍ଲକ ଓ ପଦ୍ମପୁର ଏନଏସିରୁ ୩ ଲେଖାଏଁ ଓ ବରଗଡ଼ ବ୍ଲକରୁ ଜଣେ ରହିଛନ୍ତି। ସେମାନଙ୍କ ମଧ୍ୟରୁ ଭଟଲି ବ୍ଲକର ୪ଜଣ କରୋନା ଯୋଦ୍ଧା ରହିଥିବା ଜଣାପଡ଼ିଛି।