ମାଲକାନଗିରି,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମଣ ଅଣାୟତ ଆଡ଼କୁ ଗତି କରୁଛି। ଆଜି ୮୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା୧୬୧୨କୁ ବୃଦ୍ଧି ପାଇଛି। ଆଜିର ମାଲକାନଗିରି ପୌରପରିଷଦ ଅଞ୍ଚଳରୁ ୧୯ ଜଣ, ବାଲିମେଳା ଏନଏସିରୁ ଜଣେ, ଖଇରପୁଟ ବ୍ଲକରୁ ୭ ଜଣ, ମାଥିଲି ବ୍ଲକରୁ ଜଣେ, ଚିତ୍ରକୋଣ୍ଡା ବ୍ଲକରୁ ୯ ଜଣ,କୋରୁକୋଣ୍ଡା ବ୍ଲକରୁ ୧୫ ଜଣ, ମାଲକାନଗିରି ବ୍ଲକରୁ ୨ ଜଣ, ପଡ଼ିଆ ବ୍ଲକରୁ ୧୪ ଜଣ ଓ କାଲିମେଳା ବ୍ଲକର ୧୩ ଜଣ ଚିହ୍ନଟ ହୋଇଛନ୍ତି। ଆଜି ସୁଦ୍ଧା ମାଲକାନଗିରି ଜିଲ୍ଲାରେ ମୋଟ ୧୬୧୨ ଜଣ କରୋନାରେ ସଂକ୍ରମିତ ହୋଇଥିବାବେଳେ ୧୦୨୧ ଜଣ ସୁସ୍ଥହୋଇ ଫେରିଛନ୍ତି। ୫୮୮ ଜଣ ଚିକିତ୍ସାଧୀନ ରହିଛନ୍ତି ଏବଂ ୩ଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି।