ନୂଆଦିଲ୍ଲୀ,ଏଜେନ୍ସି: ଦେଶରେ ଦୈନିକ କରୋନା ସଂକ୍ରମଣ ଦଶ ହଜାର ତଳକୁ ଖସିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ସୋମବାର ପ୍ରକାଶିତ ତଥ୍ୟ ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୮,୦୧୩ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଏବଂ ୧୧୯ ଜଣଙ୍କର ମୃତ୍ୟୁ ହୋଇଛି। ସେହିଭଳି ୧୬ ହଜାର ୭୬୫ ଲୋକ ମଧ୍ୟ ସୁସ୍ଥ ହୋଇଛନ୍ତି। ଏଥି ସହିତ, ଦେଶରେ ସକ୍ରିୟ ମାମଲା ୧,୦୨,୬୦୧ କୁ ଖସିଆସିଛି। ଦୈନିକ ସଂକ୍ରମଣ ହାର ବିଷୟରେ କହିବାକୁ ଗଲେ ଏହା ୧.୧୧ ପ୍ରତିଶତକୁ ଖସି ଆସିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରଦାନ କରିଥିବା ସୂଚନା ମୁତାବକ ଗତକାଲି ଭାରତରେ ୧୫ ଲକ୍ଷ ୧୧ ହଜାର ୩୨୧ ନମୁନା ପରୀକ୍ଷା କରାଯାଇଛି, ଏବଂ ଗତକାଲି ପର୍ଯ୍ୟନ୍ତ ମୋଟ ୭୪ କୋଟି ନମୁନା ପରୀକ୍ଷା କରାଯାଇଛି।ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଫେବୃଆରୀ ୨୮, ୨୦୨୨ ପର୍ଯ୍ୟନ୍ତ ସାରା ଦେଶରେ ୧୭୭.୫୦କୋଟି ଡୋଜ କରୋନା ଟିକା ଦିଆଯାଇଛି।