ଟାଙ୍ଗୀ-ନିଗୁଣ୍ଡି ରେଳ ଷ୍ଟେସନ ରେ ଓହ୍ଲାଇବେ ୮୦୦ ପ୍ରବାସୀ ଓଡିଆ

ଟାଙ୍ଗୀ,ଏନ୍ଏନ୍ଏସ୍: ପ୍ରବାସୀ ଶ୍ରମିକ ମାନଙ୍କୁ ହାଇଦ୍ରାବାଦରୁ ବାଲେଶ୍ୱର ନେଇ ଏକ ଶ୍ରମିକ ସ୍ପେଶାଲ୍ ଟ୍ରେନ ଆସୁଛି। ଏଥିରେ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ାର ପ୍ରାୟ ୮୦୦ ଶ୍ରମିକ ଟାଙ୍ଗୀ ନିର୍ଗୁଣ୍ଡି ଷ୍ଟେସନରେ ଓହ୍ଲାଇବେ। ସେମାନଙ୍କ ସୁବିଧା ପାଇଁ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଉଛି।

କଟକ ଜିଲ୍ଲାପାଳ ଭବାନୀଶଙ୍କର ଚାଇନି, ଟାଙ୍ଗୀ ଚୌଦ୍ଵାର ତହସିଲଦାର, ଟାଙ୍ଗୀ ଥାନା ଅଧିକାରୀ, ସ୍ଥାନୀୟ ସରପଞ୍ଚ ପହଞ୍ଚି ଆଇନ ଶୃଙ୍ଖଳା ପରିସ୍ଥିତିକୁ ନଜର ରଖି ନିର୍ଗୁଣ୍ଡି ଷ୍ଟେସନର ଚାରିପଟ ୧ କି.ମି ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ କରାଯିବା ସହ ପ୍ରଭାସୀଙ୍କ ପାଇଁ ବ୍ୟପକ ବ୍ୟବସ୍ଥା କରାଯାଇଛି।