ପ୍ରବାସୀ ଶ୍ରମିକଙ୍କ ପାଇଁ କାଲିଠୁ ଚାଲିବ ଆଉ ୮୦ଟି ସ୍ୱତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ,ଏଜେନ୍ସି: ଆସନ୍ତା କାଲିଠାରୁ ଭାରତୀୟ ରେଳବାଇରେ ଆଉ ୮୦ଟି ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରିବ। ଏନେଇ ଆଇଆରସିଟିସି ୱେବସାଇଟରେ ଗୁରୁବାରଠାରୁ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି। ରେଲୱେର ସୂଚନା ଅନୁସାରେ ପୂର୍ବରୁ ଚାଲୁଥିବା ୨୩୦ଟି ସ୍ୱତନ୍ତ୍ର ଟ୍ରେନଠାରୁ ଏହା ଅଲଗା। ଏନେଇ ରିଜର୍ଭେସନ କାଉଣ୍ଟରକୁ ଯାଇ ମଧ୍ୟ ଯାତ୍ରୀ ଟିକଟ ବୁକ୍ ପାରିବେ। ତେବେ ଏହି ୮୦ଟି ଟ୍ରେନ ଦିଲ୍ଲୀ- ଇନ୍ଦୋର, ଯଶୋବନ୍ତପୁର-ଗୋରଖପୁର, ଦିଲ୍ଲୀ-ବେଙ୍ଗାଲୁରୁର ପ୍ରଭୃତି ସ୍ଥାନକୁ ଚାଲିବ। ଦେଶରେ କରୋନା କଟକଣାର ଚତୁର୍ଥ ପର୍ଯ୍ୟାୟରେ କଟକଣା କୋହଳ ହେବାରୁ ଦୟନୀୟ ଅବସ୍ଥାରେ ରହି କାର୍ଯ୍ୟକୁ ଫେରିବାକୁ ଚାହୁଁଥିବା ପ୍ରବାସୀ ଶ୍ରମିକ। ଏହାକୁ ଲକ୍ଷ କରି ଭାରତୀୟ ରେଳବାଇ ପକ୍ଷରୁ ଏହି ସ୍ୱତନ୍ତ୍ର ସେବା ଆରମ୍ଭ କରାଯାଇଛି।