ଭୁବନେଶ୍ୱର,ଏନ୍ଏନ୍ଏସ୍: ସମ୍ପ୍ରତି କରୋନା ପ୍ରଭାବିତ ରାଜ୍ୟରୁ ଆସିଥିବା ଲୋକମାନେ ହୁଏତ ସଂକ୍ରମିତ ହୋଇଥାଇ ପାରନ୍ତି, ହେଲେ ସେମାନେ ଜାଣି ପାରୁନାହାଁନ୍ତି। କାରଣ ପ୍ରାୟ ୮୦ ପ୍ରତିଶତ କରୋନା ପଜିଟିଭ ଘଟଣାରରେ ଲକ୍ଷଣ ନାହିଁ।
ତେଣୁ ଏହିପରି ଲୋକମାନେ ନିଜକୁ ଏବଂ ସେମାନଙ୍କ ପରିବାରର ସୁରକ୍ଷା ପାଇଁ ପରୀକ୍ଷା ପାଇଁ ଆଗକୁ ଆସିବା ଆବଶ୍ୟକ। ପରୀକ୍ଷା ଏବଂ ଚିକିତ୍ସା ମାଗଣା କରାଯାଉଛି ବୋଲି ନିବେଦନ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ।
ଏଯାବତ ୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୦ ଜଣ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ ୫୧ ଜଣଙ୍କର ରାଜ୍ୟର ବିଭିନ୍ନ କୋଭିଡ-୧୯ ହସ୍ପିଟାଲରେ ଚିକିତ୍ସା ଚାଲିଛି। ସେମାନଙ୍କ ମଧ୍ୟରେ ଜଣେ ୪୦ ବର୍ଷୀୟ, ୫୦ ବର୍ଷୀୟ ଓ ୪୫ ବର୍ଷୀୟ ବ୍ୟକ୍ତି ରହିଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି।