ରାଜ୍ୟରେ ୮୦ ନୂଆ କରୋନା ପଜିଟିଭ: ଦୁଇଟି ନୂଆ ଜିଲ୍ଲା ସାମିଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ୮୦ ନୂଆ କେରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ଜାରି କରାଯାଇଛି। ନୂଆ ଜିଲ୍ଲା ଭାବେ ନବରଙ୍ଗପୁର ଓ ଗଜପତିକୁ କରୋନା ବ୍ୟାପିଛି। ଏଥି ସହିତ ରାଜ୍ୟରେ ମୋଟ ୨୬ଟି ଜିଲ୍ଲାରେ କରୋନା କାୟା ବିସ୍ତାର କରିଛି।

ସୂଚନାନୁସାରେ, ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୯, ଯାଜପୁରରୁ ୧୪, ବାଲେଶ୍ୱରରୁ ୩, ପୁରୀରୁ ୧୭, ମାଲକାନଗିରି, ସୁନ୍ଦରଗଡ଼ ଓ ନୟାଗଡ଼ରୁ ୫ ଲେଖାଏଁ, କନ୍ଧମାଳ ୨, ଝାରସୁଗୁଡ଼ାରୁ ୩ , ନବରଙ୍ଗପୁରରୁ ଜଣେ ଓ ଗଜପତିରୁ ୪ଜଣ ଆକ୍ରାନ୍ତ ରହିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରୁ ୭୧ଜଣ ସରକାରୀ କ୍ୱାରେଣ୍ଟାଇନ, ୨ଜଣ ହୋମ୍ କ୍ୱାରେଣ୍ଟଇନ ଓ ୭ଜଣ ସ୍ଥାନୀୟ ରହିଥିବା ସୂଚନା ମିଳିଛି।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ ହୋଇଥିବା ବେଳେ ୪୩୬ ଜଣ ସୁସ୍ଥ ହୋଇଛନ୍ତି ଓ ୭ଜଣଙ୍କର ମୃତ୍ୟୁ ଘଟିଛି। ଆଉ ୪୩୬ଜଣ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।