ଅନ୍ଧ ବାପା-ମାଆଙ୍କ ସାହାରା ପାଲଟିଛି ୮ ବର୍ଷୀୟ ଗୋପାଳ, ପାଠପଢ଼ା ସହିତ ଚଲାଉଛି ଅଟୋ

ଚେତ୍ତୁର,ଏଜେନ୍ସି: ଅନ୍ଧ ବାପା-ମାଆଙ୍କ ସାହାରା ପାଲଟିଛନ୍ତି ୮ ବର୍ଷୀୟ ଗୋପାଳ। ଖେଳକୁଦ କରିବା ବୟସରେ ପରିବାର ପାଇଁ ରୋଜଗାର କରିବା ସହ ନିଜେ ପାଠ ପଢ଼ୁଛନ୍ତି। ଗୋପାଳ ଗାଁର ତିରୁପତି ମନ୍ଦିର ନିକଟରେ ଏକ ଇଲେକ୍ଟ୍ରି ଅଟୋରିକ୍ସା ଚଳାଇ ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ବାଳକର ଭିଡଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି।

ଗୋପାଳ ନିଜ ବାପା-ମାଆଙ୍କୁ ସାହାଯ୍ୟ କରିବା ପାଇଁ ଏହି ରାସ୍ତା ଆପଣାଇଛି। ବାପା ଓ ମାଆଙ୍କୁ ପ୍ରତ୍ୟେକ ମାସ ୩୦୦୦ ଟଙ୍କା ସରକାରୀ ସହାୟତା ମିଳୁଛି। ତେବେ ଗୋପାଙ୍କ ଦୁଇ ଛୋଟ ଭାଇ ଓ ଭଉଣୀ ମଧ୍ୟ ଅଛନ୍ତି। ସେମାନେ ଚେତ୍ତୁର ଜିଲ୍ଲାର ଗଙ୍ଗୁଡ଼ପଲ୍ଲେ ଗାଁରେ ରୁହନ୍ତି। ଗୋପାଳ ସ୍କୁଲ ପରେ ଲୋକଙ୍କୁ ଇ-ଅଟୋରିକ୍ସା ସାହାଯ୍ୟରେ ନେବା ଆଣିବା କରେ। ସେହିପରି ବାପା-ମାଆ ଚାଉଳ, ଡାଲି ବ୍ୟବସାୟ କରନ୍ତି।

ଗୋପାଳଙ୍କ ବାପା ପାପି ରେଡ୍ଡି କହିଛନ୍ତି କି, ତାଙ୍କ ବଡ଼ ପୁଅ ତାଙ୍କ ଆଖି, ସେ ସବୁକିଛି କରୁଛି। ଏହି ଖରାପ ସମୟରେ ଚଳିବା ପାଇଁ ପରିବାର ଏହି ଅଟୋରିକ୍ସାକୁ ଲୋନ କରି ଆଣିଛନ୍ତି। ଏହି ଅଟୋରିକ୍ସାକୁ ତୃତୀୟ ଶ୍ରେଣୀରେ ପଢ଼ୁଥିବା ଗୋପାଳ ଚଲାଉଛି।