ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀଙ୍କ ସମେତ ୮ ବରିଷ୍ଠ ଅଧିକାରୀ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନାର ଦ୍ୱିତୀୟ ଲହର ମଧ୍ୟ ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି। ରାଜଭବନରେ ରାଜ୍ୟପାଳଙ୍କ ୮ ବରିଷ୍ଠ ଅଧିକାରୀ ଏହି ଭୂତାଣୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଗତବର୍ଷ ଡିସେମ୍ବରରେ କରୋନା ମହାମାରୀର ପ୍ରଥମ ଲହର ବେଳେ ରାଜଭବନରେ କିଛି ବରିଷ୍ଠ ଅଧିକାରୀ କରୋନା ସଂକ୍ରମିତ ହୋଇଥିଲେ। ପୁନଶ୍ଚ ଦ୍ୱିତୀୟ ଲହରରେ ରାଜ୍ୟପାଳଙ୍କ ମୁଖ୍ୟ ସୁରକ୍ଷା ଅଧିକାରୀ ମନୋଜ ମିଶ୍ରଙ୍କ ସହ ରାଜଭବନରେ କାର୍ଯ୍ୟରତ ଅନ୍ୟ କେତେ ଜଣ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ମଧ୍ୟ ଆକ୍ରାନ୍ତ ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି।

ସୂଚନା ଅନୁସାରେ, ଆକ୍ରାନ୍ତଙ୍କ ମଧ୍ୟରେ ଶ୍ରୀ ମିଶ୍ରଙ୍କ ସହିତ ରାଜ୍ୟପାଳଙ୍କ ସ୍ୱତନ୍ତ୍ର ଅଧିକାରୀ(ଓଏସଡି) ଇନ୍ଦ୍ରଜିତ୍‍ ଖୁରାନା, ସହଅଧିକାରୀ କାଳିଦାସ ପାତ୍ର, ଲେଖା ନିୟନ୍ତ୍ରକ ଗୌତମ ଚୌଧୁରୀ, ସହ ଲେଖା ନିୟନ୍ତ୍ରକ ମାନସ ମହାରଣା, ଉପ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର, ସହ ଉପ ଅଧିକାରୀ ରବିନାରାୟଣ ମହାନ୍ତି, ଜମାଦାର ନବୀନ ଚନ୍ଦ୍ର ମାଝୀ ପ୍ରମୁଖ ଆକ୍ରାନ୍ତ ହୋଇଥିବା ଜଣାଯାଇଛି।