ରାଜ୍ୟରେ କରୋନା ନେଲା ଆଉ ୮ ଜୀବନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଜି ରାଜ୍ୟରେ ଆଉ ୮ ଜଣଙ୍କ ମୁଣ୍ଡ ନେଲା ମହାମାରୀ କରୋନା ଭୂତାଣୁ। ଏହି କ୍ରମରେ ରାଜ୍ୟରେ ମୃତକଙ୍କ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୪, ଖୋର୍ଦ୍ଧା, ନୟାଗଡ଼, ସୁନ୍ଦରଗଡ଼ ଓ ଗଜପତିରୁ ଜଣେ ଲେଖାଏଁ ରହିଛନ୍ତି। ଏଥିସହିତ ଗଞ୍ଜାମରେ ଆଜି ସୁଦ୍ଧା ୯୪ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ଖୋର୍ଦ୍ଧା ଜିଲ୍ଲାରେ ୨୨ ଜଣଙ୍କର ମୃତ୍ୟୁ ହୋଇଛି।

ଗଞ୍ଜାମର ୪ ମୃତକଙ୍କ ମଧ୍ୟରେ ୪୯ ବର୍ଷୀୟ ବ୍ୟକ୍ତି, ୪୫ ବର୍ଷୀୟ ବ୍ୟକ୍ତି, ୮୧ ବର୍ଷୀୟ ବୃଦ୍ଧ ଓ ୭୩ ବର୍ଷୀୟ ବୃଦ୍ଧ ରହିଛନ୍ତି। ସେହିପରି ଖୋର୍ଦ୍ଧାର ମୃତକ ଜଣଙ୍କ ୭୯ ବର୍ଷୀୟ ବୃଦ୍ଧ, ନୟାଗଡ଼ର ମୃତକ ଜଣଙ୍କ ୮୨ ବର୍ଷୀୟ ବୃଦ୍ଧା, ସୁନ୍ଦରଗଡ଼ର ମୃତକ ଜଣଙ୍କ ୫୨ ବର୍ଷୀୟ ବ୍ୟକ୍ତି ଓ ଗଜପତିର ମୃତକ ଜଣଙ୍କ ୫୮ ବର୍ଷୀୟ ବ୍ୟକ୍ତି ଥିବା ଜଣାପଡ଼ିଛି।