ଭାରତୀୟ ବକ୍ସିଂ ଦଳର ୮ ସଦସ୍ୟଙ୍କୁ କରୋନା

ନୂଆଦିଲ୍ଲୀ,ଏଜେନ୍ସି: ତୁର୍କୀରେ ଏକ ବକ୍ସିଂ ଟୁର୍ଣ୍ଣାମେଣ୍ଟରେ ଯୋଗ ଦେବାକୁ ଯାଇଥିବା ଭାରତୀୟ ଦଳର ୮ ଜଣ ସଦସ୍ୟ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସଦସ୍ୟ ମାନଙ୍କୁ ଇସ୍ତାନବୁଲରେ କ୍ୱାରେଣ୍ଟାଇନରେ ରଖାଯାଇଛି। କରୋନା ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ଖେଳାଳି ଏବଂ ୫ ଜଣ ସପୋର୍ଟ ଷ୍ଟାଫ୍ ରହିଛନ୍ତି। ରାଜ୍ୟଗୋଷ୍ଠୀ ରୌପ୍ୟ ପଦକ ବିଜେତା ଗୌରବ ସୋଲାଙ୍କି (୫୭ କିଗ୍ରା), ପ୍ରୟାଗ ଚୌହାନ (୭୫ କିଗ୍ରା) ଏବଂ ବ୍ରିଜେଶ ଯାଦବ (୮୧ କିଗ୍ରା) କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ତିନି ଖେଳାଳିଙ୍କ ବ୍ୟତିତ କୋଚ୍ ଧର୍ମେନ୍ଦ୍ର ଯାଦବ ଓ ସନ୍ତୋଷ ବୀରମୋଲେ, ଫିଜିଓ ଥେରାପିଷ୍ଟ ଶିଖା କେଡିଆ ଓ ଡ. ଉମେଶ ଏବଂ ଭିଡିଓ ଆନାଲିଷ୍ଟ ନୀତିନ କୁମାର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସମସ୍ତ କୋଚ୍ ଏବଂ ଖେଳାଳିଙ୍କୁ ଇସ୍ତାନବୁଲରେ ଆଇସୋଲେସନରେ ରଖାଯାଇଛି।