ହୀରାକୁଦ ଡ୍ୟାମର ୮ଟି ଗେଟ ଖୋଲିଲା

ସମ୍ବଲପୁର,ଏନ୍ଏନ୍ଏସ୍: ହୀରାକୁଦ ଡ୍ୟାମର ଆଉ ୩ଟି ଗେଟ ଖୋଲିଲା। ପାଣିପାଗ ବିଭାଗର ସୂଚନାକୁ ଆକଳନ କରି ଗୁରୁବାର ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଆଉ ୩ଟି ଗେଟ ଖୋଲିଛନ୍ତି। ପୂର୍ବରୁ ୫ଟି ଗେଟ ଖୋଲା ଥିବା ବେଳେ ଆଜିର ୩ଟିକୁ ମିଶାଇ ମୋଟ ୮ଟି ଗେଟ ଖୋଲିଲା।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁଁ ମହାନଦୀ ଉପରମୁଣ୍ଡରେ ଏବଂ ଛତିଶଗଡ଼ରେ ଆଗାମୀ ୨୪ ଘଣ୍ଟା ପ୍ରବଳରୁ ପ୍ରବଳ ବର୍ଷାର ସମ୍ଭାବନାକୁ ଆଖିଆଗରେ ରଖି ଏହି ପଦକ୍ଷେପ ନିଆଯାଇଛି। ଗୁରୁବାର ଦିନ ୧୧ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ସର୍ବାଧିକ ୬୩୦ ଫୁଟ ଥିବା ରେକର୍ଡ କରାଯାଇଛି। ସେହିପରି ଖୋଲାଯାଇଥିବା ୮ଟି ଗେଟରେ ୧,୫୨,୧୬୪ କ୍ୟୁବିକ ଫୁଟ ପାଣି ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି।