ଜିଲ୍ଲାରୁ ୮ ନୂଆ କରୋନା ପଜିଟିଭ ଚିହ୍ନଟ

ବାରିପଦା, ଏନ୍ଏନ୍ଏସ୍: ରାଜ୍ୟରୁ ଆଜି ୧୭୦ କରୋନା ପଜିଟିଭ ଚିହ୍ନଟ ହୋଇଥିବବେଳେ ମୟୂରଭଞ୍ଜ ଜିଲ୍ଲାରୁ ୮ ଜଣ କରୋନା ଆକ୍ରାନ୍ତ ରହିଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିପାଇ ୧୪,୩୭୨ରେ ପହଁଞ୍ଚିଛି। ସେହିପରି ମାର୍ଚ୍ଚ ୨୩ ପର୍ଯ୍ୟନ୍ତ ଜିଲ୍ଲାରୁ ୧୪,୨୦୧ ସୁସ୍ଥ ହୋଇ ଫେରିଥିବାବେଳେ ୭୯ ଚିକିତ୍ସାଧୀନ ରହିଛନ୍ତି। ସେହିପରି ମୋଟ୍ ୯୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି।