ଜିଏସଟି ଠକେଇ ମାମଲାରେ ୮ ଚାଟାର୍ଡ ଆକାଉଣ୍ଟାଣ୍ଟ ଗିରଫ

ନୂଆଦିଲ୍ଲୀ,ଏଜେନ୍ସି: ୨୦୨୦ ମଧ୍ୟ ଭାଗରୁ ଦେଶବ୍ୟାପୀ ଜିଏସଟି ଠକେଇ ଅଭିଯୋଗରେ ୨୫୮ ଜଣ ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୮ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟ ରହିଛନ୍ତି ବୋଲି ଡିଜିଜିଆଇ ସୂତ୍ରରୁ ପ୍ରକାଶ ପାଇଛି।

ଡିଜିଜିଆଇର ସୂଚନା ଅନୁସାରେ ଗିରଫ ହୋଇଥିବା ୮ ଜଣ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ସେମାନଙ୍କ ଚାରି ବ୍ୟବସାୟିକ ସହଯୋଗୀଙ୍କ ସହିତ ଜୟପୁରରୁ ଗିରଫ କରାଯାଇଛି। ବିନା ଟ୍ୟାକ୍ସରେ ଜାଲିଆତି କରି ୨୫ଟି ନକଲି ଫାର୍ମ ଚଳାଇବା ଅଭିଯୋଗରେ ସେମାନେ ଗିରଫ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୮ ହଜାର ନକଲି ଜିଏସଟି ସଂସ୍ଥା ବିରୋଧରେ ପ୍ରାୟ ୨୫ ହଜାରରୁ ଅଧିକ ମାମଲା ରୁଜୁ ହୋଇଥିବା ନେଇ ଜିଏସଟି ଇଣ୍ଟେଲିଜେନ୍ସ ଓ ସିଜିଏସଟି ପକ୍ଷରୁ ସୂଚନା ମିଳିଛି। ଠକମାନଙ୍କ ପାଖରୁ ପ୍ରାୟ ୮ କୋଟିରୁ ଅଧିକ ଟଙ୍କା ଜବତ ହୋଇଛି।

ଚାଟାର୍ଡ ​​ଆକାଉଣ୍ଟାଣ୍ଟଙ୍କ ନିୟାମକ ସଂସ୍ଥା ଇନଷ୍ଟିଚ୍ୟୁଟ୍ ଅଫ୍ ଚାଟାର୍ଡ ​​ଆକାଉଣ୍ଟାଣ୍ଟସ୍ ଅଫ୍ ଇଣ୍ଡିଆ (ଆଇସିଏ)କୁ ଏହି ଗିରଫଦାରୀ ସମ୍ପର୍କରେ ଅବଗତ କରାଯାଇଛି ଏବଂ ନିୟମ ଅନୁଯାୟୀ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ଜିଏସଟି ଠକେଇରେ ଗିରଫ ହୋଇଥିବା ଚାର୍ଟାର୍ଡ ଆକାଉଣ୍ଟାଣ୍ଟମାନେ ହେଲେ ଜୟପୁରର ବିଏସ ଗୁପ୍ତା, ମୁମ୍ବାଇର ଏସ ମେହେତା ଓ ଚନ୍ଦ୍ର ପ୍ରକାଶ ପାଣ୍ଡେ, ଅହମ୍ମଦାବାଦର ଲଳିତ ପ୍ରଜାପତି, ଚେନ୍ନାଇର କ୍ରୀଷ୍ଣାକୁମାର, ଦିଲ୍ଲୀର ନୀତିନ ଜୈନ, ହାଇଦ୍ରାବାଦର ବି ଶ୍ରୀନିବାସ ରାଓ ଓ ଲୁଧିଆନାର ଅଙ୍କୁର ଗୌର।।