ମଣିଷ ମାଂସ ଖାଇବା ଅଭିଯୋଗରେ ୮ ଗିରଫ

  • ଚେନ୍ନାଇ: ତାମିଲନାଡୁରେ ଏକ ପୂଜା ପର୍ବରେ ୮ ଜଣ ମଣିଷ ମାଂସ ଖାଇଥିବାର ପ୍ରମାଣ ମିଳିବା ପରେ ସେମାନଙ୍କୁ ଗିରଫ କରାଯାଇଛି। ତାମିଲନାଡୁର ତେନକାଶି ତହସିଲ୍ରେ ଥିବା କାଲୁରାମୀ ଗ୍ରାମରେ ଏହି ଘଟଣା ଘଟିଛି। ଶକ୍ତି ପୋଥି ସୁଦାଲଇ ମାଦାସ୍ୱାମୀ ମନ୍ଦିରରେ ଏକ ବିଶେଷ ପୂଜାର୍ଚ୍ଚନା ସମୟରେ କିଛି ଲୋକ ମଣିଷ ମାଂସ ଖାଇଥିବା ଅଭିଯୋଗ ହୋଇଥିଲା । ଏହି ସମସ୍ତେ ସମିୟାଦି ଗୋଷ୍ଠୀର ହୋଇଥିବା ପୁଲିସ ସୂଚନା ଦେଇଛି।
    ଏହାର ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରେ ପୂଜା କରୁଥିବା ବ୍ୟକ୍ତି ଏକ ମଣିଷ ଖପୁରୀ ଖଣ୍ଡା ଉପରେ ଧରି ନାଚୁଥିବା ଦେଖିବାକୁ ମିଳୁଛି। କିଛି ଲୋକ ଖପୁରୀରେ ଲାଗିଥିବା ମାଂସ ଖାଇବା ପାଇଁ ଉଦ୍ୟମ କରୁଥିଲେ। ଗ୍ରାମ ଅଧିକାରୀଙ୍କ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରିଥିଲା। ଏଥିରେ ୮ ଜଣଙ୍କୁ ଗିରଫ କରି ପୁଲିସ ପଚରାଉଚରା କରୁଛି। ସେମାନେ ଏହା ମଣିଷ ମାଂସ ବୋଲି ଜାଣିନଥିବା କଥା କହିଛନ୍ତି। ସେଠାରେ ଗହଳି ହୋଇଥିବାରୁ ଏହା କ’ଣ ଜାଣି ନଥିବା କଥା କହିଛନ୍ତି।