ପିଜୁଳି ଦେବାକୁ କହି 7 ବର୍ଷର ଝିଅକୁ ଦୁଷ୍କର୍ମ

ଝାରୁସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ରେ ପୁଣି ଲଜ୍ଜା। ଜଣେ 7 ବର୍ଷର ନାବାଳିକା ଶିଶୁ କନ୍ୟା କୁ ପିଜୁଳୀ ଦେବାକୁ କହି ନାଲା ପାଖକୁ ଟେକି ନେଇ ଦୁଷ୍କର୍ମ କଲା 19 ବର୍ଷ ର ଯୁବକ। ଅଭିଯୁକ୍ତ ଆକାଶ କୁମୁରା ଙ୍କୁ ଗିରଫ କରିଛି ବ୍ରଜରାଜନଗର ପୋଲିସ। ଏନେଇ ବ୍ରଜରାଜନଗର ଥାନା ରେ ଏକ ପକ୍ସୋ ମାମଲା ରୁଜୁ କଲା ପୋଲିସ ।

ପିଜୁଳି ଦେବାକୁ କହି 7 ବର୍ଷର ନାବାଳିକା କୁ ଟେକି ନେଇ ଏକ ନାଲା ନିକଟରେ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ଘଟିବା ପରେ ନିଜ ଘରକୁ ଆସି ସବୁ କଥା କହିଥିଲା ପିଡିତା। ପରେ ପରିବାର ଲୋକେ ବ୍ରଜରାଜନଗର ଥାନା ରେ ଏକ ଏକ ଅଭିଯୋଗ କରିଥିଲେ। ଚାଇଲଡ଼ ଲାଇନ ଏବଂ ବ୍ରଜରାଜନଗର ପୋଲିସ ମିଶି ଏହାର ଅଧିକ ତଦନ୍ତ ଚଳାଇଛନ୍ତି।