ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୭୯ କରୋନା ସଂକ୍ରମିତ, ମୃତ୍ୟୁ ଶୂନ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ପୁଣି କରୋନା ସଂକ୍ରମଣ ସଂଖ୍ୟା ଶହେ ତଳକୁ ଖସିଛି। ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁସାରେ ଗତ ୨୪ ଘଣ୍ଟାରେ ୧୯ଟି ଜିଲ୍ଲା ଓ ଷ୍ଟେଟ ପୁଲରୁ ୭୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେଥିରୁ ୪୭ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରର ହୋଇଥିବା ବେଳେ ୩୨ ଜଣ ସ୍ଥାନୀୟ ସଂକ୍ରମିତ ଥିବା ଜଣାପଡ଼ିଛି।

ଏହି ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହା ପରେ ସୁନ୍ଦରଗଡ଼ ଜିଲ୍ଲା ରହିଛି। ଏଥିସହିତ ରାଜ୍ୟରେ ଆଜି କରୋନାରେ କାହାରି ମୃତ୍ୟୁ ହୋଇନାହିଁ।

ଏଥିସହ ରାଜ୍ୟରେ ବର୍ତ୍ତମାନ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୧୫୧ରେ ପହଞ୍ଚିଛି। ସେଥିରୁ ୧,୦୮୯ ଜଣ ସକ୍ରିୟ ରହିଥିବା ବେଳେ ୩ ଲକ୍ଷ ୩୨ ହଜାର ୧୦୩ ଜଣ ସୁସ୍ଥ ହୋଇସାରିଲେଣି। ଅନ୍ୟପଟେ କରୋନାରେ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧,୯୦୬ ରହିଛି।