ପଶ୍ଚିମବଙ୍ଗ ନିର୍ବାଚନ: ପଞ୍ଚମ ପର୍ଯ୍ୟାୟରେ ୭୮.୩୬% ମତଦାନ

କୋଲକାତା,ଏଜେନ୍ସି: ପଶ୍ଚିମବଙ୍ଗ ନିର୍ବାଚନର ପଞ୍ଚମ ପର୍ଯ୍ୟାୟ ମତଦାନ ଆଜି ହୋଇଛି। ଏହି ମଧ୍ୟରେ ୭୮.୩୬ ପ୍ରତିଶତ ଭୋଟର ମତଦାନ କରିଛନ୍ତି। ଆଜି ୪୫ଟି ବିଧାନସଭା ପାଇଁ ୧୫,୭୮୯ଟି ସ୍ଥାନରେ ମତଦାନ କେନ୍ଦ୍ରର ବ୍ୟବସ୍ଥା ହୋଇଥିଲା।

ସୂଚନା ଅନୁସାରେ ଏହି ୪୫ଟି ବିଧାନସଭା ଆସନ ପାଇଁ ୩୧୯ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ୁଛନ୍ତି। ସେଥିରେ ୩୮ ଜଣ ମହିଳା ପ୍ରାର୍ଥୀ ରହିଛନ୍ତି। ଆଜି ଜଲପାଇଗୁରୀ, କାଲିମପୋଙ୍ଗ, ଡାର୍ଜଲିଙ୍ଗ, ନାଦିଆ, ଉତ୍ତର ୨୪ ପର୍ଗାଣାସ ଓ ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ମତଦାନ ହୋଇଛି।