କୋରାପୁଟରୁ ୭୭ କରୋନା ପଜିଟିଭ୍ ଚିହ୍ନଟ

କୋରାପୁଟ,ଏନ୍ଏନ୍ଏସ୍: କୋରାପୁଟ ଜିଲ୍ଲାରେ ୭୭ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୩୮୬ରେ ପହଞ୍ଚିଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୪ଜଣ କୋଭିଡ୍ ଯୋଦ୍ଧା ଥିବାବେଳେ ୯ଜଣ ଟିଏମସି କେନ୍ଦ୍ରର, ୨୦ଜଣ ହୋମ୍ କ୍ୱାରେଣ୍ଟାଇନର ଓ ୪୪ଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଆକ୍ରାନ୍ତ ହୋଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ସମ୍ପୃକ୍ତ ଆକ୍ରାନ୍ତଙ୍କ ମଧ୍ୟରେ କୋରାପୁଟ ପୌରାଞ୍ଚଳର ୧୧ ଓ ଜୟପୁର ପୌରାଞ୍ଚଳର ୩୦ଜଣ ରହିଛନ୍ତି।

ସୂଚନାଯୋଗ୍ୟ, କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦୈନିକ ଟେଷ୍ଟିଂ ସଂଖ୍ୟା ବୃଦ୍ଧି କରାଯାଇଥିବାରୁ ଜିଲ୍ଲାରେ ପଜିଟିଭ୍ ସଂଖ୍ୟା ବଢ଼ିଛି। ତେଣୁ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଜିଲ୍ଲାପାଳ ପ୍ରକାଶ କରିବା ସହ ୧୦ ତାରିଖରୁ ପ୍ରତିଦିନ ପୂର୍ବାପେକ୍ଷା ୬ଗୁଣ ଲୋକଙ୍କ ସ୍ୱାବ ପରୀକ୍ଷା କରାଯାଉଥିବା ସୂଚନା ଦେଇଛନ୍ତି। ଏଥିସହିତ ଜନସାଧାରଣଙ୍କ ମଧ୍ୟରେ ଟେଷ୍ଟିଂ ନିମନ୍ତେ ସଚେତନତା ସୃଷ୍ଟି କରିବା ଦିଗରେ ନିର୍ବାଚିତ ଲୋକ ପ୍ରତିନିଧି ଆଗେଇ ଆସିବାକୁ ଜିଲ୍ଲାପାଳ ଅନୁରୋଧ କରିବା ସହ ସଂକ୍ରମଣ ରୋକିବାରେ ପ୍ରଶାସନକୁ ସହାୟତା କରିବାକୁ ନିବେଦନ କରିଛନ୍ତି। ଜନସାଧାରଣ ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ରଖି ଟେଷ୍ଟିଂ ସେଣ୍ଟରକୁ ଯାଇ ଶାନ୍ତି ଶୃଙ୍ଖଳାର ସହ ସ୍ୱାବ୍ ପରୀକ୍ଷା କରାଇବାକୁ ଜିଲ୍ଲାପାଳ କହିଛନ୍ତି।