ଆଉ ୭୭ କରୋନା ରୋଗୀ ସୁସ୍ଥ: ସଂଖ୍ୟା ୩, ୩୪, ୨୪୩କୁ ବୃଦ୍ଧି

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୭ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୪ହଜାର ୨୪୩କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ବରଗଡ଼ରୁ ସର୍ବାଧିକ ୧୪, ଖୋର୍ଦ୍ଧାରୁ ୯, ମୟୁଭଞ୍ଜରୁ ୭, ନୂଆପଡ଼ା ଓ ସମ୍ବଲପୁରରୁ ୬ ଲେଖାଏଁ, ବଲାଙ୍ଗିର, ଯାଜପୁର, ସୁନ୍ଦରଗଡ଼ ଓ ବାଲେଶ୍ୱରରୁ ୫ ଲେଖାଏଁ, ଝାରସୁଗୁଡ଼ା ଓ ପୁରୀରୁ ୩ ଲେଖାଏଁ, ଢେଙ୍କାନାଳ ଓ ସୋନପୁରରୁ ୨ ଲେଖାଏଁ, ଅନୁଗୁଳ,କଟକ, କଳାହାଣ୍ଡି, ନୟାଗଡ଼ ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୬ହଜାର ୭୬୭ ହୋଇଥିବାବେଳେ ୩ଲକ୍ଷ ୩୪ହଜାର ୨୪୩ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୯୧୪ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୫୭ଜଣ ଚିକିତ୍ସିତ ହେଉଛନ୍ତି।