ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬ କରୋନା ରୋଗୀ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୬ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୩୪ହଜାର ୬୪୭କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୪, ଯାଜପୁରରୁ ୧୧, ଖୋର୍ଦ୍ଧାରୁ ୭, ଭଦ୍ରକରୁ ୬, ମୟୁରଭଞ୍ଜ ଓ ନୂଆପଡ଼ାରୁ ୫ ଲେଖାଏଁ, କଟକ, ଦେଓଗଡ଼ ଓ ଝାରସୁଗୁଡ଼ାରୁ ୪ ଲେଖାଏଁ, ବାଲେଶ୍ୱରରୁ ୩, ଅନୁଗୁଳ, ବରଗଡ଼ ଓ ସମ୍ବଲପୁରରୁ ୨ ଲେଖାଏଁ, ବଲାଙ୍ଗିର, ଗଜପତି, ଗଞ୍ଜାମ, ନୟାଗଡ଼, ପୁରୀ, ସୋନପୁର ଓ ଷ୍ଟେଟପୋଲରୁ ଜଣେ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୩୭ହଜାର ୨୭୭ ହୋଇଥିବାବେଳେ ୩ଲକ୍ଷ ୩୪ହଜାର ୬୪୭ ଜଣ ସୁସ୍ଥ ହୋଇଛନ୍ତି। ସେହିପରି ୧୯୧୬ଜଣଙ୍କର ମୃତ୍ୟୁ ଘଟିଛି ଓ ୬୬୧ ଜଣ ଚିକିତ୍ସିତ ହେଉଛନ୍ତି।