କରୋନାରୁ ସୁସ୍ଥ ହେଲେ ଆଉ ୭,୫୭୮

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭, ୫୭୮ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥସଂଖ୍ୟା ୭ଲକ୍ଷ ୮୯ହଜାର ୬୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୧୨୨, କଟକରୁ ୭୩୪, ଯାଜପୁରରୁ ୪୯୨, ମୟୂରଭଞ୍ଜରୁ ୪୮୬, ଢେଙ୍କାନାଳରୁ ୪୧୮, ଭଦ୍ରକରୁ ୪୧୩, କେନ୍ଦ୍ରାପଡ଼ାରୁ ୩୩୯, ସୁନ୍ଦରଗଡ଼ରୁ ୩୩୫, ପୁରୀରୁ ୩୩୨, ବାଲେଶ୍ୱରରୁ ୨୩୭, ନୟାଗଡ଼ରୁ ୨୨୧, ଅନୁଗୁଳରୁ ୨୧୭, ବରଗଡ଼ରୁ ୨୦୭, ଷ୍ଟେଟପୋଲରୁ ୨୦୦ ଓ ନବରଙ୍ଗପୁରରୁ ୧୮୧ଜଣ ରହିଛନ୍ତି। ସେହିପରି ବୌଦ୍ଧରୁ ୧୭୩, କେଉଁଝରରୁ ୧୬୨, କଳାହାଣ୍ଡିରୁ ୧୪୫, ଜଗତସିଂହପୁରରୁ ୧୪୨, ରାୟଗଡ଼ାରୁ ୧୩୯, ସମ୍ବଲପୁରରୁ ୧୩୭, ଗଞ୍ଜାମରୁ ୧୦୫, କୋରାପୁଟରୁ ୯୯, ମାଲକାନଗିରିରୁ ୯୬, ଝାରସୁଗୁଡ଼ାରୁ ୮୨, ସୋନପୁରରୁ ୭୭, କନ୍ଧମାଳରୁ ୭୦, ଦେଓଗଡ଼ରୁ ୬୬, ଜଗପତିରୁ ୬୩, ବଲାଙ୍ଗିରରୁ ୬୦ ଓ ନୂଆପଡ଼ାରୁ ୩୦ଜଣ ରହିଛନ୍ତି।

ଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୪୭ହଜାର ୩୧୩ ହୋଇଥିବାବେଳେ ୭ଲକ୍ଷ ୮୯ହଜାର ୬୬ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୩,୨୫୭ ଜଣଙ୍କର ମୃତ୍ୟୁ ଘଟିଛି ଓ ୫୪ହଜାର ୯୯୦ଜଣ ଚିକିତ୍ସିତ ହେଉଛନ୍ତି।