ରାଜଧାନୀରେ ୭୫୩ ଆକ୍ରନ୍ତ , ୧୨୭୫ ସୁସ୍ଥ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ କମିବାରେ ଲାଗିଛି। ସେହି ଅନୁପାତରେ ବଢୁଛି ସୁସ୍ଥତା ହାର । ଗତ ୨୪ ଘଣ୍ଟା ମଧ୍ୟରେ ଭୁବନେଶ୍ୱରରେ ଆଉ ୭୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ସଂକ୍ରମିତଙ୍କ ସଂଖ୍ୟା ୭୯୩୨୭ରେ ପହଞ୍ଚିଛି।

ଏଥିମଧ୍ୟରୁ ୬୮୮୨୭ ଜଣ ସୁସ୍ଥ ହୋଇଥିବା ବେଳେ ୩୪୮ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୧୦୧୩୧ଟି ଆକ୍ଟିଭ କେସ୍ ରହିଛି। ତେବେ ଆଜିର ଆକ୍ରନ୍ତଙ୍କ ମଧ୍ୟରୁ ୧୨୬ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୬୨୨ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ଅନ୍ୟପକ୍ଷରେ ଆଜି ରାଜଧାନୀରୁ ୧୨୭୫ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।