୧୬ ଜିଲ୍ଲାରୁ ୭୫ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟରେ ପୁଣି ୭୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଜାରି କରାଯାଇଛି।

ଆଜି ୧୬ଟି ଜିଲ୍ଲାରୁ ଚିହ୍ନଟ ହୋଇଥିବା ୭୫ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ସୁନ୍ଦରଗଡ଼ରୁ ୧୮ ଲେଖାଏଁ, ଯାଜପୁରରୁ ୭, କଟକ ଓ ବଲାଙ୍ଗିରରୁ ୫ ଲେଖାଏଁ, ନୟାଗଡ଼ରୁ ୪ ଏବଂ କେନ୍ଦ୍ରାପଡ଼ା ଓ ସୋନପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଚିହ୍ନଟ ହୋଇଛିନ୍ତି। ସେହିପରି ଢ଼େଙ୍କାନାଳ, ଜଗତସିଂହପୁର, ଅନୁଗୁଳ ଓ କୋରାପୁଟରୁ ୨ ଜଣ ଲେଖାଏଁ ଏବଂ ଗଞ୍ଜାମ, ପୁରୀ, ନୂଆପଡ଼ା ଓ କେଉଁଝର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ରହିଛନ୍ତି। ସେମାନଙ୍କ ମଧ୍ୟରୁ ୭୨ ଜଣ କ୍ୱାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ ୩ ଜଣ ସ୍ଥାନୀୟ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୬ରେ ପହଂଚିଛି। ଆଜି ଜଣଙ୍କର ମୃତ୍ୟୁ ଘଟିବା ସହ ମୋଟ ମୃତକଙ୍କ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ସେହିପରି ୧୭୧୬ ଜଣ ସୁସ୍ଥ ହୋଇଥିବାବେଳେ ୧୨୧୯ ଜଣ ଚିକିତ୍ସାଧୀନ ଅଛନ୍ତି