କରୋନା କାୟା: ବିଶ୍ୱରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୭୫ଲକ୍ଷରୁ ଊର୍ଦ୍ଧ

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ପ୍ରତିଦିନ ୧ଲକ୍ଷରୁ ଅଧିକ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି। ଗତ ୨୪ ଘଣ୍ଟାରେ ୧ଲକ୍ଷ ୩୬ ହଜାର ନୂଆ କରୋନା ମାମଲା ସାମ୍ନାକୁ ଆସଛିି। ୱାର୍ଲ୍ଡମିଟର ମୁତାବିକ, ସମଗ୍ର ବିଶ୍ୱରେ ଏଯାବତ ୭୫ ଲକ୍ଷ ୮୩ ହଜାର ସଂକ୍ରମିତ ହେଇଥିବାବେଳେ ୪ଲକ୍ଷ ୨୩ହଜାର ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ୩୮ଲକ୍ଷ ୩୫ ହଜାର ଲୋକ ଆରୋଗ୍ୟ ଲାଭ କରିଛନ୍ତି। ଦୁନିଆର ପାଖାପାଖି ୬୦ ପ୍ରତିଶତ କରୋନା ମାମଲା ୮ଟି ଦେଶରୁ ଆସିଛି।

କରୋନାରେ ଆମେରିକା ସବୁଠୁ ଅଧିକ ପ୍ରଭାବିତ ହୋଇଛି। ଆମେରିକାରେ ୨୧ ଲକ୍ଷ ଲୋକ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ଲକ୍ଷରୁ ଊଦ୍ଧ୍ୱର୍ ଲୋକଙ୍କର ମୃତ୍ୟୁ ଘଟିଛି। କିନ୍ତୁ ବ୍ରାଜିଲରେ ଏବେ ପ୍ରତିଦିନ ଆମେରିକାଠୁ ଅଧିକ ନୂଆ ମାମଲା ଓ ମୃତ୍ୟୁ ସାମ୍ନାକୁ ଆସୁଛି। ଗତ ୨୪ ଘଣ୍ଟାରେ ବ୍ରାଜିଲରେ ୩୦ ହଜାର ୪୬୫ଟି ନୂଆ ମାମଲା ଓ ୧,୨୬୧ ଜଣଙ୍କର ମୃତ୍ୟୁ ଘଟିଛି। ଅନ୍ୟପଟେ ଆମେରିକାରେ ଗତ ୨୪ ଘଣ୍ଟାରେ ୨୩ହଜାର ୨୮୩ ଜଣ ସଂକ୍ରମିତ ହୋଇଥିବାବେଳେ ୮୯୯ଜଣଙ୍କର ମୃତ୍ୟୁ ଘଟିଛି। ବ୍ରାଜିଲ ପରେ ଋଷ ଓ ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି।