ଦିନକରେ ଆଉ ୭,୩୯୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଜି ଆଉ ୭,୩୯୫ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରେଣ୍ଟାଇନରୁ ୪,୧୬୯ଜଣ ଓ ସ୍ଥାନୀୟ ସଂକ୍ରମଣ ୩,୨୨୬ଜଣ ରହିଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬ହଜାର ୯୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୦୬୯, କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୁଳରୁ ୪୪୩, ମୟୁରଭଞ୍ଜରୁ ୩୮୪, ପୁରୀରୁ ୩୫୬, କେନ୍ଦ୍ରାପଡ଼ାରୁ ୩୪୧, ଜଗତସିଂହପୁରରୁ ୨୮୮, ବାଲେଶ୍ୱରରୁ ୨୮୫, ସୁନ୍ଦରଗଡ଼ରୁ ୨୬୭, ନୟାଗଡ଼ରୁ ୨୪୩ ଓ ଭଦ୍ରକ ଜିଲ୍ଲାରୁ ୨୩୮ଜଣ ରହିଛନ୍ତି। ସେହିପରି ନବରଙ୍ଗପୁରରୁ ୧୯୬, କଳାହାଣ୍ଡିରୁ ୧୬୬, କୋରାପୁଟରୁ ୧୬୧, କେଉଁଝରରୁ ୧୫୮, ଷ୍ଟେଟପୋଲରୁ ୧୪୫, ସମ୍ବଲପୁରରୁ ୧୩୭, ବୌଦ୍ଧରୁ ୧୩୩, ବରଗଡ଼ରୁ ୧୩୧, ରାୟଗଡ଼ାରୁ ୧୨୫, ମାଲକାନଗିରିରୁ ୧୧୦, ସୋନପୁରରୁ ୯୧, ବଲାଙ୍ଗିର ଓ ଢ଼େଙ୍କାନାଳରୁ ୮୧ ଲେଖାଏଁ, କନ୍ଧମାଳରୁ ୭୬, ଗଞ୍ଜାମରୁ ୬୯, ଝାରସୁଗୁଡ଼ାରୁ ୬୬, ଦେଓଗଡ଼ରୁ ୫୭, ଗଜପତିରୁ ୫୨ ଓ ନୂଆପଡ଼ା ଜିଲ୍ଲାରୁ ୨୨ଜଣ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ଲକ୍ଷ ୬ହଜାର ୯୪ ହୋଇଥିବାବେଳେ ୩ଲକ୍ଷ ୨୪ହଜାର ୪୦୨ଜଣ ସୁସ୍ଥ ହୋଇଛନ୍ତି। ଅନ୍ୟପଟେ ୨,୯୫୨ ଜଣଙ୍କର ମୃତ୍ୟୁ ଘଟିଛି ଓ ୭୮ହଜାର ୬୮୭ ଜଣ ଚିକିତ୍ସିତ ହେଉଛନ୍ତି।