ରାଜ୍ୟରେ ଆଉ ୭୨୮ କରୋନା ରୋଗୀ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ ଆଉ ୭୨୮ ଜଣ କରୋନା ରୋଗୀ ଆରୋଗ୍ୟ ଲାଭ କରିଛନ୍ତି। ଫଳରେ ମୋଟ ସୁସ୍ଥ ସଂଖ୍ୟା ୩ଲକ୍ଷ ୮ ହଜାର ୧୦୨କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

ଆଜି ସୁସ୍ଥ ହୋଇଥିବା କରୋନା ରୋଗୀଙ୍କ ମଧ୍ୟରେ ଖୋର୍ଦ୍ଧାରୁ ୧୦୩, ମୟୁରଭଞ୍ଜରୁ ୭୩, ସୁନ୍ଦରଗଡ଼ରୁ ୬୭, ନୂଆପଡ଼ାରୁ ୪୪, କଟକରୁ ୪୨, ବାଲେଶ୍ୱରରୁ ୩୭, ବଲାଙ୍ଗିରରୁ ୩୨, ଜଗତସିଂହପୁର ଓ କେନ୍ଦ୍ରାପଡ଼ାରୁ ୩୦ ଲେଖାଏଁ, ସମ୍ବଲପୁରରୁ ୨୮, ଷ୍ଟେଟ ପୁଲରୁ ୨୬, କେଉଁଝରରୁ ୨୫, ଅନୁଗୁଳରୁ ୨୪, ବରଗଡ଼ରୁ ୨୧, ଝାରସୁଗୁଡ଼ା ଜିଲ୍ଲାରୁ ୧୭ଜଣ ରହିଛନ୍ତି। ସେହିପରି ଯାଜପୁର ଓ କଳାହାଣ୍ଡିରୁ ୧୪ ଲେଖାଏଁ, ଢେଙ୍କାନାଳ ଓ ପୁରୀରୁ ୧୩ ଲେଖାଏଁ, ଭଦ୍ରକରୁ ୧୧, ଦେଓଗାଁ, ମାଲକାନଗିରି ଓ ନବରଙ୍ଗପୁରରୁ ୧୦ ଲେଖାଏଁ, ଗଞ୍ଜାମରୁ ୯, ନୟାଗଡ଼ ଓ ସୋନପୁରରୁ ୭ ଲେଖାଏଁ, କନ୍ଧମାଳରୁ ୫, ରାୟଗଡ଼ାରୁ ୩, କୋରାପୁଟରୁ ୨, ବୌଦ୍ଧ ଜିଲ୍ଲାରୁ ଜଣେ ସୁସ୍ଥ ହୋଇଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ଲକ୍ଷ ୧୬ ହଜାର ହୋଇଥିବାବେଳେ ୩ଲକ୍ଷ ୮ ହଜାର ୧୦୨ ଜଣ ସୁସ୍ଥ ହୋଇଛନ୍ତି ଓ ୧୬୮୭ ଜଣଙ୍କର ମୃତ୍ୟୁ ଘଟିଛି।