୭୨ ବର୍ଷରେ କମାଲ, ସାଇକେଲ ଚଲାଇ ଗିନିଜ ୱାର୍ଲଡ ରେକର୍ଡ କଲେ ବୃଦ୍ଧ

ଓ୍ବାଶିଂଟନ,ଏଜେନ୍ସି: କୁହାଯାଏ ଯେ କୌଣସି କାମ ପାଇଁ ବୟସସୀମା ନଥାଏ। କିଛି କରିବାର ଇଚ୍ଛାଥିଲେ ଯେକୌଣସି ସ୍ଥାନ କିମ୍ବା ଯେକୌଣସି ପଦବୀରେ ରହି ତାହା ହାସଲ କରି ପାରିବ। ସେଭଳି ଜଣେ ବ୍ୟକ୍ତିତ୍ବ ହେଉଛନ୍ତି ଆମେରିକାର ଜଣେ ୭୨ ବର୍ଷୀୟ ବୃଦ୍ଧ।

ଯେଉଁ ବୟସରେ ଜଣେ ଚାଲିବା ସକ୍ଷମ ହୋଇନଥାଏ ସେହି ବୟସରେ ସେ ଗିନିଜ ଓ୍ବାର୍ଲଡ ରେକର୍ଡ କରିଛନ୍ତି। ୪୩ ଦିନରେ ବୃଦ୍ଧା ୩,୩୦୦ ମାଇଲ ଯାତ୍ରା କରି ଗିନିଜ ୱାର୍ଲଡ ରେକର୍ଡର ଅଧିକାରୀ ହୋଇଛନ୍ତି। ଏପରି କରିବାରେ ଦୁନିଆର ସବୁଠୁ ବୟସ୍କା ମହିଳା ହୋଇଛନ୍ତି। ଲିନିୟା ସାଲଭୋ ଆମେରିକା-କାନାଡା ସୀମା ଶାନ୍ତି ଆର୍ଚରୁ ଯାତ୍ରା ଆରମ୍ଭ କରି ମାତ୍ର ୪୩ ଦିନ ମଧ୍ୟରେ କାଲିଫର୍ନିଆର ସାନ ୟସିଡ୍ରୋରେ ପହଞ୍ଚିଛନ୍ତି। ତେବେ ଏହା ପ୍ରଥମ ଥର ନୁହେଁ ଲିନିୟା ୨୦୧୬ ମସିହାରେ ମଧ୍ୟ ସେ ଏହିପରି ଏକ ରେକର୍ଡ କରିଥିଲେ। ସେହି ସମୟରେ ତାଙ୍କ ବୟସ ୬୭ ବର୍ଷ ଥିଲା। ସେତେବେଳେ ସେ କାର୍ଲିଫନିଆରୁ ବେଥାନୀ ବିଚ୍, ଡେଲ ପର୍ଯ୍ୟନ୍ତ ସାଇକେଲରେ ଆମେରିକାକୁ ପାର କରିବା ରେକର୍ଡ କରିଥିଲେ।

ଲିନିୟା ନିଜର ଏବି ବିଶ୍ୱ ରେକର୍ଡକୁ ନିଜର ଦିବଙ୍ଗତ ଭାଇଙ୍କୁ ସମର୍ପିଛନ୍ତି। ଲିନିୟାଙ୍କୁ ୨୮ ବର୍ଷ ବୟସରେ ଏକ ବିମାନ ଦୁର୍ଘଟଣାରେ ତାଙ୍କ ଭାଇଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ୨୦୨୦ରେ କୋଭିଡ-୧୯ ମହାମାରୀ ହେତୁ ଏବଂ ପରେ ୨୦୨୨ ମସିହାରେ ଋଷ-ୟୁକ୍ରେନ ଯୁଦ୍ଧ ହେତୁ ତାଙ୍କ ଲକ୍ଷ୍ୟ ପଥରେ ପହଞ୍ଚିବା ପାଇଁ ୨ଥର ଯୋଜନା ସ୍ଥଗିତ ରହିଥିଲା।