ରାଜ୍ୟସଭାରୁ ବିଦାୟ ନେଲେ ୭୨ ସଦସ୍ୟ

ନୂଆଦିଲ୍ଲୀ: ରାଜ୍ୟସଭାରୁ ଆଜି ୭୨ଜଣ ସଦସ୍ୟ ଅବସର ଗ୍ରହଣ କରିଛନ୍ତି । ସେମାନଙ୍କ ବିଦାୟକାଳୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ଆମ ରାଜ୍ୟସଭା ସଦସ୍ୟଙ୍କ ପାଖରେ ବେଶ୍ ଅନୁଭବ ରହିଛି । ଅନୁଭବର କ୍ଷମତା ବହୁବାର ଶିକ୍ଷାଗତ କ୍ଷମତାଠାରୁ ଅଧିକ ହୋଇଥାଏ । ଅବସର ନେଉଥିବା ସଦସ୍ୟଙ୍କୁ ମୁଁ ‘ପୁଣି ଆସିବାକୁ’ କହିବି। ଅନୁଭବ ବଳରେ ସମସ୍ୟାକୁ ସରଳ ଭାବେ ସମାଧାନ କରାଯାଇପାରିବ । ଅନୁଭବର ମିଶ୍ରଣ ଯୋଗୁ ଖୁବ୍ କମ୍ ଭୁଲ ହୋଇଥାଏ । ଅନୁଭବର ନିଜର ଏକ ବିଶେଷ ମହତ୍ତ୍ୱ ରହିଥାଏ । ଯଦି ଏମିତି ଅନୁଭବୀ ସଦସ୍ୟ ସଦନରୁ ଯାଇଥାନ୍ତି ତେବେ ସଦନ ଓ ରାଷ୍ଟ୍ରର ବଡ଼ କ୍ଷତି ହୋଇଥାଏ ।

ପ୍ରଧାନମନ୍ତ୍ରୀ ମୋଦୀ ଆହୁରି କହିଛନ୍ତି ଯେ, ଅନୁଭବୀ ସଦସ୍ୟଙ୍କଠାରୁ ଆମେ ଯାହା ଶିଖିଛୁ ତାହାକୁ ସଦନର ଉନ୍ନତି ପାଇଁ ଉପଯୋଗ କରିବୁ । ଏହା ଦେଶର ସମୃଦ୍ଧିରେ ମଧ୍ୟ ସହାୟକ ହେବ ।

ସୂଚନାଯୋଗ୍ୟ, ଅବସର ନେଉଥିବା ସଦସ୍ୟଙ୍କ ମଧ୍ୟରେ କଂଗ୍ରେସ ଉପନେତା ଆନନ୍ଦ ଶର୍ମା, ଏ.କେ. ଆଣ୍ଟୋନୀ, ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଓ ଏମ.ସୀ ମେରିକମ୍ ପ୍ରମୁଖ ରହିଛନ୍ତି ।