ଓଡ଼ଗାଁ ଅଞ୍ଚଳରୁ ଆଉ ୨ କରୋନା ପଜିଟିଭ ଚିହ୍ନଟ, ୭୨ ଘଣ୍ଟା ସଟଡାଉନ ଘୋଷଣା କଲେ ସରପଞ୍ଚ

ଓଡ଼ଗାଁ,ଏନ୍ଏନ୍ଏସ୍: ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ୍ ଅଞ୍ଚଚଳରେ ସଂକ୍ରମିତଙ୍କ ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଉଥିବା ବେଳେ ସଙ୍ଗରୋଧରୁ ମୁକ୍ତ ପ୍ରବାସୀଙ୍କ ଠାରେ ପଜିଟିଭ ଚିହ୍ନଟ ହେବା ଅଞ୍ଚଳ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ରଙ୍ଗଣିପାଟଣା ଗ୍ରାମ ପଞ୍ଚାୟତ ଗୋଡ଼ିପଲ୍ଲୀ ସଙ୍ଗରୋଧ ଗୃହରୁ ଅବଧି ସାରି ୫ଦିନ ତଳେ କୋମଣ୍ଡ ପଞ୍ଚାୟତ ମଶାଣୀ ସାହିର ୨ ଜଣ ନିଜ ଘରକୁ ଫେରିବା ପରେ ସେମାନଙ୍କ ଠାରେ କରୋନା ପଜେଟିଭ ଚିହ୍ନଟ ହୋଇଥିଲା। ଏ ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଭୟର ବାତାବାରଣ ଦେଖାଦେଇଛି। ଫଳରେ କୋମଣ୍ଡ ସରପଞ୍ଚ ଓଡ଼ଗାଁ ଅଞ୍ଚଳର ୫ ଅଞ୍ଚଳକୁ ୭୨ ଘଣ୍ଟା ପାଇଁ ସଟଡାଉନ ଘୋଷଣା କରିଛନ୍ତି।

ଏପରିକି ସେମାନେ ଘରକୁ ଯିବାପରେ ଗୃହ ସଙ୍ଗରୋଧରେ ନରହି ଗାଁର ମାର୍କେଟ, ସେଲୁନ ଆଦି ସମସ୍ତ ସ୍ଥାନକୁ ଯାଇଛନ୍ତି। ଫଳରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖା ଦେଇଛି। ଏ ନେଇ କୋମଣ୍ଡ ସରପଞ୍ଚ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଉଦୟପୁର, ପଥରା, ନୋତରପଲ୍ଲୀ, ନବରଙ୍ଗପୁର ଏବଂ କୋମଣ୍ଡ ପଞ୍ଚାୟତର ସମସ୍ତ ସାହିକୁ ଆଜିଠୁ ସୋମବାର ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି। ଏଥିସହିତ ଓଡ଼ଗାଁ ଅଞ୍ଚଳରେ ସଂକ୍ରମିତଙ୍କ ସଂଖ୍ୟା ୩୪ରେ ପହଞ୍ଚିଛି।