ରାଜ୍ୟରେ ସୁସ୍ଥ ହେଲେ ଆଉ ୭୨ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍ : ରାଜ୍ୟରେ ଆଉ ୭୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାସହ ଓଡ଼ିଶାରେ ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ୨୩୫୪କୁ ବୃଦ୍ଧି ପାଇଛି । ସୁସ୍ଥ ହୋଇଥିବା ୭୨ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୭, ସୋନପୁରରୁ ୯, ବଲାଙ୍ଗିରରୁ ୭, ଜଗତସିଂହପୁରରୁ ୬, କଟକରୁ ୫, କଳାହାଣ୍ଡିରୁ ୫, ସୁନ୍ଦରଗଡ଼ରୁ ୫, ବାଲେଶ୍ୱରରୁ ୪, ମୟୁରଭଞ୍ଜରୁ ୪, ଖୋର୍ଦ୍ଧା, କନ୍ଧମାଳ ଓ ସମ୍ବଲପୁରରୁ ୩ଜଣ ଲେଖାଏଁ, ଝାରସୁଗୁଡ଼ାରୁ ଜଣେ ସୁସ୍ଥ ହୋଇଛନ୍ତି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।