କରୋନାର ଦ୍ୱିତୀୟ ଲହରୀରେ ୭୧୯ ଡାକ୍ତର ମୃତ

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହରୀରେ ୭୧୯ଜଣ ଡାକ୍ତର ପ୍ରାଣ ହରାଇଛନ୍ତି। ଏନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ (ଆଇଏମଏ) ପକ୍ଷରୁ ସୂଚନା ଦିଆଯାଇଛି।

ଆଇଏମଏ ଅନୁସାରେ, ବିହାରରେ ସର୍ବାଧିକ ୧୧୧, ଦିଲ୍ଲୀରେ ୧୦୯, ଉତ୍ତରପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୩, ରାଜସ୍ଥାନରେ ୪୩, ତେଲେଙ୍ଗାନାରେ ୩୬, ଆନ୍ଧ୍ରପ୍ରଦେଶରେ ୩୫, ତାମିଲନାଡ଼ୁରେ ୩୨, ଓଡ଼ିଶାରେ ୨୮, କେରଳରେ ୨୪ ଓ କର୍ଣ୍ଣାଟକରେ ୯ଜଣ ରହିଛନ୍ତି।