ଅଜଣା ଲୋକ ଦେଲେ ୭୦ଲକ୍ଷ ଟଙ୍କାର ସହାୟତା

ବେଙ୍ଗାଲୁର : ଜଣେ ୫ ବର୍ଷିଅ ଶିଶୁ ଭିତରେ ଥିବା ବଂଶଗତ ରୋଗର ଚିକିତ୍ସା କରିବା ପାଇଁ ୫,୫୦୦ ଅଜଣା ଲୋକ ମିଶି ୭୦ ଲକ୍ଷ୍ୟ ଟଙ୍କା ଆଦାୟ କରିଛନ୍ତି। ଶିଶୁଟିର ନାଁଁ ଲିଖିତ ବି ରେଡ୍ଡି। ଶିଶୁର ଚିକିତ୍ସାରେ ଅର୍ଥ ବାଧକ ସାଜୁଥିବା ହେତୁ ଅନଲାଇନରେ ଏକ ସହାୟତା ପାଣ୍ଠି ଖୋଲିଥିଲେ ପରିବାର ଲୋକେ। ହଜାର ହଜାର ଲୋକଙ୍କ ସହାୟତା ମିଳିବା ପରେ ଶିଶୁଟି ଏବେ ରୋଗରୁ ମୁକ୍ତି ପାଇପାରେ ବୋଲି ଆଶା କରାଯାଉଛି।

ଶିଶୁଟି ଦେହରେ ଥିବା ରୋଗର ନାଁ ଲ୍ୟାଡ୍‌ ଟାଇପ୍‌-୩। ଏହି ରୋଗ ସକାଶେ ଲିଖିତଙ୍କର ରକ୍ତସ୍ରାବ ବନ୍ଦ ହୁଏ ନାହିଁ। ଏହି ରୋଗର ନିରାକରଣ ପାଇଁ ୪୦ ଲକ୍ଷ ଟଙ୍କା ଲାଗିବ ଡାକ୍ତର କହିବା ପରେ ପରିବାର ଲୋକେ ଅନଲାଇନ ଏକ ସହାୟତା ପାଣ୍ଠି ଖୋଲିଥିଲେ। ଖୁସିର ବିଷୟ ହେଉଛି ଜମା ୧୯ ଘଣ୍ଟା ମଧ୍ୟରେ ୭୦ ଲକ୍ଷ ଟଙ୍କା ପାଣ୍ଠିକୁ ଆସିପାରିଛି। ବର୍ତମାନ ଶିଶୁର ଚିକ୍କିତ୍ସା ସରିବା ପରେ ଶିଶୁର ଅବସ୍ସ୍ଥା ଧିରେ ଧିରେ ସୁସ୍ସ୍ଥ ଆଡ଼କୁ ଗତି କରୁଛି ବୋଲି ସୂଚନା ମିଳିଛି।