ତେଜସ୍ ଏକ୍ସପ୍ରେସରୁ ଗୋଟିଏ ମାସରେ ୭୦ ଲକ୍ଷ ଲାଭ

ନୂଆଦିଲ୍ଲୀ,ଏଜେନ୍ସି: ଭାରତୀୟ ରେଳବାଇର ପ୍ରଥମ ଘରୋଇ ଟ୍ରେନ୍ ତେଜସ୍ ଏକ୍ସପ୍ରେସ୍ ପ୍ରଥମ ମାସରେ ପ୍ରାୟ ୭୦ଲକ୍ଷ ଟଙ୍କାର ଲାଭ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ କେବଳ ଟିକଟ ବିକ୍ରିରୁ ପ୍ରାୟ ୩କୋଟି ୭୦ଲକ୍ଷ ଟଙ୍କାର ଆୟ ହୋଇଛି।

ଅକ୍ଟୋବରରେ ଲକ୍ଷ୍ନୌ ଓ ନୂଆଦିଲ୍ଲୀ ରାସ୍ତାରେ ଚଳାଚଳ ନିମନ୍ତେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭାରତର ପ୍ରଥମ ଘରୋଇ ଆଂଶିକ ଦ୍ରୁତଗାମୀ ଟ୍ରେନ୍ ‘ତେଜସ୍ ଏକ୍ସପ୍ରେସ’ର ଶୁଭ ଉଦଘାଟନ କରିଥିଲେ। ତେଜସ୍ ଏକ୍ସପ୍ରେସ୍ ହେଉଛି ଭାରତୀୟ ରେଳବାଇ ପ୍ରଥମ ଟ୍ରେନ୍ ଯାହା ତା’ର ସହାୟକ ‘ଇଣ୍ଡିଆନ୍ ରେଲେଓ୍ବ କ୍ୟାଟରିଙ୍ଗ୍ ଆଣ୍ଡ୍ ଟୁରିଜମ୍ କର୍ପୋରେସନ୍ (ଆଇଆରସିଟିସି) ଦ୍ୱାରା ଚଳାଚଳ କରିଛି।

ରାଜସ୍ୱ ବଢ଼ାଇବା ନିମନ୍ତେ ରେଳ ମନ୍ତ୍ରାଳୟ ଗ୍ରହଣ କରିଥିବା ୧୦୦ ଦିନିଆ ଆକ୍ସନ୍ ପ୍ଲାନ୍ ଅନୁସାରେ ଘରୋଇ ବ୍ୟବସ୍ଥାକୁ ହସ୍ତାନ୍ତର କରିବାକୁ ନିଷ୍ପତ୍ତି ନିଆଯାଇଛି।