ଭାରସାମ୍ୟ ହରାଇ ୭୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ

ବାରିପଦା,ଏନ୍ଏନ୍ଏସ୍: ବାଙ୍ଗିରିପୋଷି ଏନଏଚ-୪୯ ଦୂଆରଶୁଣି ଘଟ ରୋଡ ନିକଟରେ ଆଜି ଏକ ପିଆଜ ବୋଝେଇ ଟ୍ରକ ଓଲିପଡ଼ିଛି। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଡ୍ରାଇଭରର ମୃତ ଦେହକୁ ଜବତ କରିବା ସହିତ ଗୁରୁତର ଆହତ ହୋଇଥିବା ହେଲପରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣାପଡ଼ିଛି।

ପୁଲିସ ସୂଚନା ଅନୁସାରେ ଏହି ଟ୍ରକଟି ନାସିକରୁ ପିଆଜ ବୋଝେଇ କରି କୋଲକାତା ଅଭିମୁଖେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଘାଟରୋଡ ନିକଟରେ ରୋଡର ୭୦ ଫୁଟ ତଳକୁ ଟ୍ରକ ସମେତ ଖସି ପଡ଼ିଥିଲେ। ପରେ ସ୍ଥାନୀୟ ପୁଲିସ ଓ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ଟ୍ରକ ଭିତରୁ ମୃତ ଡ୍ରାଇଭରର ଶବ ଜବତ କରିବା ସହିତ ଗୁରୁତର ଅବସ୍ଥାରେ ହେଲପରକୁ ସେଠାରୁ ବାହାର କରାଯାଇ ବାରିପଦା ପଣ୍ଡିତ ରଘୁନାଥ ମୂର୍ମୁ ମେଡ଼ିକାଲ କଲେଜକୁ ଚିକିତ୍ସା ପାଇଁ ପଠାଯାଇଛି। ସେଠାରେ ଡାକ୍ତର ତାଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ଥିବା ସୂଚନା ଦେଇଛନ୍ତି।