ପତ୍ନୀ ହନ୍ତା ସ୍ୱାମୀକୁ ୭ ବର୍ଷ ଜେଲ୍

ବାରିପଦା,ଏନ୍ଏନ୍ଏସ୍: ବାରିପଦା ଅତିରିକ୍ତ ସେସନ ଜଜ୍-୧ ପ୍ରବୀର କୁମାର ଚୌଧୁରୀ ଆଜି ଏକ ହତ୍ୟାମାମଲାର ବିଚାର କରି ଅଭିଯୁକ୍ତ ସ୍ୱାମୀଙ୍କୁ ଦୋଷୀ ସାବ୍ୟସ୍ତ କରାଇବା ସାଙ୍ଗକୁ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୪(୨) ଅନୁସାରେ ୭ ବର୍ଷ କାରାଦଣ୍ଡ ଓ ୩ ହଜାର ଟଙ୍କା ଅର୍ଥ ଦଣ୍ଡର ରାୟ ଶୁଣାଇଛନ୍ତି। ଏଥି ସହିତ ଜୋରିମାନା ଅନାଦେୟରେ ଅଧିକ ୩ମାସ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ କରିଛନ୍ତି। ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ୨୦୧୫ ମସିହା ରାସଗୋବିନ୍ଦପୁର ଥାନା ବଣକାଟି ଗ୍ରାମର ସୁଦାମ ମାର୍ଣ୍ଡି ଓରଫ ପୁଣ୍ଟିଆ ନିଜ ପତ୍ନୀକୁ ହତ୍ୟା କରିଥିବା ଅଭିଯୋଗରେ ପୁଲିସ ଗିରଫ କରିଥିଲା। ଏନେଇ ରାସଗୋବିନ୍ଦପୁର ଥାନାରେ ମାମଲା ରୁଜୁ କରାଯାଇଥିଲା। ଆଜି ଉକ୍ତ ମାମଲାରେ ଥିବା ସମସ୍ତ ସାକ୍ଷୀମାନଙ୍କ ବୟାନ ଓ ପ୍ରମାଣପତ୍ରକୁ ଭିତ୍ତିକରି ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା। ମୋକର୍ଦ୍ଦମାକୁ ସରକାରଙ୍କ ପକ୍ଷରୁ କୃଷ୍ଣଚନ୍ଦ୍ର ଦାସ ପରିଚାଳନା କରିଥିଲେ।