ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲା : ଆସାମୀକୁ ୭ ବର୍ଷ ଜେଲ୍

ବାରିପଦା, ଏନ୍ଏନ୍ଏସ୍ : ମୟୂରଭଞ୍ଜ ଜିଲ୍ଲା ବିଶୋଇ ଥାନା ଅଂଚଳରେ ଗତ ୨୦୧୭ ଡିସେମ୍ବର ୧୨ ତାରିଖରେ ସଂଗଠିତ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ମାମଲାର ବିଚାର କରି ଗୁରୁବାର ରାଇରଙ୍ଗପୁର ଅତିରିକ୍ତ ଦୌରାଜଜ୍ ଅଭିଯୁକ୍ତ ଚୈତନ୍ୟ ବେହେରା (୫୮)କୁ ଦୋଷୀ ସାବ୍ୟସ୍ତ କରିବା ସହ ୭ ବର୍ଷ ଜେଲ୍ ଦଣ୍ଡ ଏବଂ ୫୦୦୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି ।

ସୂଚନା ଅନୁଯାୟୀ, ସାରଦୁ ବେହେରା ଓ କେଶବତୀ ବେହେରାଙ୍କ ୩୦ ବର୍ଷିୟା ଦିବ୍ୟାଙ୍ଗ ଝିଅ ଗତ ୨୦୧୭ ଡିସେମ୍ବର ୧୨ ତାରିଖରେ ଦିନ ଶୌଚ ପାଇଁ ନଦୀ କୂଳକୁ ଯାଇଥିବା ବେଳେ ଅଭିଯୁକ୍ତ ଚୈତନ୍ୟ ତାଙ୍କୁ ସେଠାରୁ ନିକଟସ୍ଥ ବୁଦା ମଧ୍ୟକୁ ଉଠାଇନେବା ସହ ବଳ ପୂର୍ବକ ଦୁଷ୍କର୍ମ କରିଥିଲା । ଯୁବତୀ ଜଣକ ଘରକୁ ଫେରି ପରିବାର ଲୋକଙ୍କୁ ଏ ସମ୍ପର୍କରେ ଜଣାଇଥିଲେ । ପୀଡ଼ିତାଙ୍କ ପକ୍ଷରୁ ଏନେଇ ବିଶୋୟୀ ଥାନାରେ ଏତଲା ହୋଇଥିଲା । ଅଭିଯୋଗକୁ ଭିତି କରି ପୁଲିସ ଏକ ମାମଲା ରୁଜ୍ଜୁ କରିବା ସହ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲା କୋର୍ଟରେ ବିଚାରଧିନ ଥିଲା । ମାମଲାରେ ସମସ୍ତ ସାକ୍ଷ୍ୟ, ପ୍ରମାଣ ବୟାନକୁ ଭିତି କରି କୋର୍ଟ ଅଭିଯୁ୍କ୍ତକୁ ୭ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ।