ରାଜଧାନୀରୁ ଆଜି ୭ ପଜିଟିଭ, ୭ ସୁସ୍ଥ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜଧାନୀ ଭୁବନେଶ୍ୱରରୁ ଆଜି ୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଭୁବନେଶ୍ୱରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧୭୪୮ରେ ପହଞ୍ଚିଛି।

ଏଥିମଧ୍ୟରୁ ୩୧୨୪୮ ଜଣ ସୁସ୍ଥ ହୋଇଥିବାବେଳେ ୨୪୩ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ୨୦୦ ଜଣ ଚିକିତ୍ସାଧୀନ ରହିଛନ୍ତି। ଆଜିର ଆକ୍ରନ୍ତଙ୍କ ମଧ୍ୟରୁ ୨ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୫ଜଣ ସ୍ଥାନୀୟ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ସେହିପରି ୭ଜଣ ସୁସ୍ଥହୋଇ ଘରକୁ ଫେରିଛନ୍ତି।