ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଦାନ୍ତ ପରିସରରୁ ୨ଟି ୱେଲଡିଙ୍ଗ ମେସିନ ଓ ୫ଟି ବ୍ୟାଟେରୀ ଚୋରି କରିଥିବା ୭ଜଣ ଅଭିଯୁକ୍ତକୁ ବଡ଼ମାଲ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ଅଶୋକ ବାଗ(୨୨), ଉପେନ୍ଦ୍ର ମାଝୀ(୪୦), ଅଶ୍ୱିନୀ ପରଧାନ(୨୫), ବର୍ଣ୍ଣା ଭଏଁଷା(୩୬), ମିତେଶ ପରଧାନ (୨୨), ଅଜିତ ନାୟକ(୨୯), ଦୟାସାଗର କିଷାନ(୨୪) ବୋଲି ପୁଲିସ ସୂଚନା ଦେଇଛି। ମିଳିଥିବା ରିପୋର୍ଟ ମୁତାବିକ, ଅଭିଯୁକ୍ତମାନେ ବେଦାନ୍ତ ପରିସରରେ ଥିବା ସିପିପି-୧ ଅଞ୍ଚଳରୁ ୨ଟି ୱେଲଡିଙ୍ଗ ମସିନ ଓ ୫ଟି ବ୍ୟାଟିରୀ ଚୋରୀ କରି ନେଇଥିଲେ। ଏନେଇ ଗତକାଲି ବଡ଼ମାଲ ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ କରିବା ସହ ଆଜି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହାସହ ଅଭିଯୁକ୍ତଙ୍କଠାରୁ ସମସ୍ତ ଚୋରୀ ସାମଗ୍ରୀ ଜବତ କରିଛି।