ଝାରସୁଗୁଡ଼ାରେ ଆଉ ୭ କରୋନା ପଜିିଟିଭ ଚିହ୍ନଟ: ସଂଖ୍ୟା ୭,୨୧୮କୁ ବୃଦ୍ଧି

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ବହୁ ଦିନ ପରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ତଳକୁ ଖସିଛି। ଆଜି ଜିଲ୍ଲାରେ ମାତ୍ର ୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ବ୍ରଜରାଜନଗର ପୌରପରିଷଦ ଓ ଲଖନପୁର ବ୍ଲକ ଅଞ୍ଚଳରୁ ୨ଜଣ ଲେଖାଏଁ, ଝାରସୁଗୁଡ଼ା ପୌରପରିଷଦ, ବେଲପାହାଡ଼ ପୌରାଞ୍ଚଳ, ଝାରସୁଗୁଡ଼ା ବ୍ଲକ ଅଞ୍ଚଳରୁ ଜଣେ ଲେଖାଏଁ ରହିଛନ୍ତି। ଏହି ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ଗୃହ ସଙ୍ଗରୋଧରେ ଥିବାବେଳେ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ପ୍ରକାଶଯୋଗ୍ୟ, ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭,୨୧୮କୁ ପହଞ୍ଚିଥିବା ବେଳେ ୭,୦୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦୮ ଜଣଙ୍କ ଚିକିତ୍ସା ଜାରି ରହିଛ। ସେହିପରି ଜିଲ୍ଲାରେ ଏପର୍ଯ୍ୟନ୍ତ ୨୪ ଜଣ କରୋନାରେ ପ୍ରାଣ ହରାଇଥିବା ସୂଚନା ମିଳିଛି।