ନବରଙ୍ଗପୁରରୁ ଆଉ ୭ କରୋନା ପଜିଟିଭ ଚିହ୍ନଟ: ସଂଖ୍ୟା ୪୧କୁ ବୃଦ୍ଧି

ନବରଙ୍ଗପୁର,ଏନ୍ଏନ୍ଏସ୍: କରୋନା ଯୋଗୁ ନବରଙ୍ଗପୁର ଜିଲ୍ଲାରେ ସ୍ଥିତି ଦିନକୁଦିନ ବିଗିଡ଼ିବାରେ ଲାଗିଛି। ଜିଲ୍ଲାରେ ଆଜି ୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି। ଆଉ ସେମାନଙ୍କ ମଧ୍ୟରୁ ୧୧ଜଣ ସୁସ୍ଥ ହୋଇଥିବାବେଳେ ୩୦ ଜଣ ଚିକିତ୍ସାଧୀନ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ରାଇଘରରୁ ୬ଜଣ ଓ ଝରିଗାଁରୁ ଜଣେ ରହିଥିବା ନେଇ ଜିଲ୍ଲାପାଳ ଡା.ଅଜିତ କୁମାର ମିଶ୍ର ସୂଚନା ଦେଇଛନ୍ତି। ଏଥିସହିତ ସମ୍ପୃକ୍ତ ଅଂଚଳକୁ ସରପଂଚମାନେ ସଟଡାଉନ ଘୋଷଣା କରିଥିବା ଶ୍ରୀ ମିଶ୍ର କହିଛନ୍ତି।