ଶ୍ରୀମନ୍ଦିର ସହ ସମ୍ପୃକ୍ତ ଆଉ ୭ କରୋନାରେ ସଂକ୍ରମିତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଶ୍ରୀମନ୍ଦିର ସହ ସମ୍ପୃକ୍ତ ଆଉ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରେ ସେବାୟତ, ତାଙ୍କ ପରିବାର ସଦସ୍ୟ ଓ କର୍ମଚାରୀ ସାମିଲ ରହିଛନ୍ତି। ବତ୍ତର୍ମାନ ସୁଦ୍ଧା ଶ୍ରୀମନ୍ଦିରରୁ ମୋଟ ୩୦ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ବର୍ତ୍ତମାନ ସମୟରେ କଣ୍ଟାକ୍ଟ ଟ୍ରେସିଂ ସହ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଥିବା ନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ କହିଛନ୍ତି।