ଝାରସୁଗୁଡ଼ାରୁ ପୁଣି ୭ କରୋନା ଆକ୍ରାନ୍ତ ଚିହ୍ନଟ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲାରେ ପୁଣି ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୧୦କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରେ ୨୨୬ଜଣ ସୁସ୍ଥ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି ଓ ୪୩ଜଣ ସକ୍ରିୟ ଅଛନ୍ତି।

ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ଫେରି ଜଣେ ୩୩ ବର୍ଷୀୟ ପୁରୁଷ ଓ ୩ ବର୍ଷୀୟ ଶିଶୁ ହୋଟେଲ ପାଲ ହାଇଟ୍ସରେ ପେଡ୍ କ୍ୱାରେଣ୍ଟାଇନରେ ସଙ୍ଗରୋଧରେ ରହିଛନ୍ତି। ଖୋର୍ଦ୍ଧାରୁ ଫେରି ହୋଟେଲ କୋଣାର୍କରେ ପେଡ୍ କ୍ୱାରେଣ୍ଟାଇନରେ ଥିବା ଜଣେ ୩୮ ବର୍ଷୀୟ ପୁରୁଷ ରହିଛନ୍ତି। ସେହିପରି କୋଲାବିରା ବ୍ଲକର ପଟାଡ଼ିହି ଗ୍ରାମର ଜଣେ ୩୧ ବର୍ଷୀୟ ପୁରୁଷ ଓ ୨୭,୨୫,୨୦ ବର୍ଷୀୟା ମହିଳା କରୋନାରେ ସଂକ୍ରମିତ ହୋଇଛନ୍ତି। ସମସ୍ତ ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲ ସ୍ଥାନାନ୍ତରିତ କରି ସେମାନଙ୍କ କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।