୮ ମାସର ଗର୍ଭବତୀ ହୋଇବି କରୋନା ଡ୍ୟୁଟିରେ ଯୋଗଦେଲେ ମହିଳା ପୁଲିସ କର୍ମଚାରୀ, ପ୍ରଶଂସା କଲେ ଡିଜି

ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଯୋଦ୍ଧାଙ୍କୁ ଆଜି ସାରା ବିଶ୍ୱ ସଲାମ କରୁଛି। ଏହି ବିପଦ ସମୟରେ ସମସ୍ତେ କିପରି ସୁରକ୍ଷିତ ରହିବେ ସେ ନେଇ ପୁଲିସଠୁ ଆରମ୍ଭ କରି ସ୍ୱାସ୍ଥ୍ୟକର୍ମୀ, ସଫେଇ କର୍ମଚାରୀ ସମସ୍ତେ ନିଜର ବ୍ୟକ୍ତିଗତ ସ୍ୱାର୍ଥ ଭୁଲି ଜନ କଲ୍ୟାଣରେ ନିଜକୁ ସମର୍ପିତ କରିଛନ୍ତି। ଏଭଳି ସମୟରେ ମୟୂରଭଞ୍ଜ ଜିଲ୍ଲା ବେତନଟି ଥାନାର ଏସଆଇ ମମତା ମିଶ୍ର ଉଦାହରଣ ସୃଷ୍ଟି କରିଛନ୍ତି।

ସେ ୮ ମାସର ଗର୍ଭବତୀ ହୋଇଥିଲେ ହେଁ ସେ ଅଫିସ ଆସି କାର୍ଯ୍ୟ କରୁଛନ୍ତି। ତେବେ ଦେଶପ୍ରତି ଏଭଳି ନିଷ୍ଠାପର ସେବାକୁ ଦେଖି ଡିଜିପି ଶ୍ରୀ ଅଭୟ ଟ୍ୱିଟ୍‌ କରି ତାଙ୍କୁ ପ୍ରଶଂସା କରିଛନ୍ତି। ଗତକାଲି ମୟୂରଭଞ୍ଜ ଗସ୍ତ ସମୟରେ ଡିଜିପି ମମତାଙ୍କ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏସଆଇ ମମତାଙ୍କୁ ଯଦିଓ ବାହାରକୁ ଡ୍ୟୁଟି କରିବା ପାଇଁ ବାରଣ କରାଯାଇଛି କିନ୍ତୁ ସେ ଥାନାରେ ସମସ୍ତ କାର୍ଯ୍ୟ ତୁଲାଉଥିବା ନେଇ ସୂଚନା ମିଳିଛି। ମମତାଙ୍କୁ ନିଷ୍ଠାପର କାର୍ଯ୍ୟକୁ ପ୍ରଶଂସା ମଧ୍ୟ କରିଛନ୍ତି ଡିଜିପି ଶ୍ରୀ ଅଭୟ।