ଜେସିବି ମାଡରେ ଭୁଶୁଡିଲା କାନ୍ଥ, ୭ ଗୁରୁତର

ଢ଼େଙ୍କାନାଳ: କାମାକ୍ଷାନଗର ବ୍ଲକ୍ ବଡସୁଆଁଳୋ ଗାଁରେ ଜେସିବି ମାଡରେ କାନ୍ଥ ପଡି ୭ ଜଣ ଆହତ ହୋଇଛନ୍ତି। ଆହତଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ୫୩ ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ ସମୟରେ ଜେସିବି ମାଡରେ କାନ୍ଥ ଭୁଶୁଡି ପଡିଥିଲା। ଉତ୍ତ୍ୟକ୍ତ ଲୋକେ ଜେସିବି ପୋଡିଦେବା ସହ ଏନ୍ଏଚ୍ ଅବରୋଧ କରିଥିଲେ।