ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡ଼ା ପଞ୍ଚାୟତର କଳଦି ଜଙ୍ଗଲ ନିକଟ ମକା କ୍ଷେତରୁ ଏକ ୭ ଫୁଟର ଅଜଗର ସାପ ଉଦ୍ଧାର କରାଯାଇଛି । ମକା କ୍ଷେତରେ କାମ କରୁଥିବାବେଳେ ଜମି ମାଲିକ ମନ୍ଦାର ଯାନୀ ସାପ ଦେଖି ଗ୍ରାମବାସୀଙ୍କୁ ଖବର ଦେଇଥିଲେ । ପରେ ଗ୍ରାମବାସୀ ଦେଖି ମଇଦଲପୁର ବନ ବିଭାଗକୁ ଖବର ଦେଇଥିଲେ । ମଇଦଲପୁର ବନ ବିଭାଗ ଅଧିକାରୀ ମଧୁସୁଦନ ପାତ୍ରଙ୍କ ନେତୃତ୍ୱରେ ତାଙ୍କ ଟିମ୍ ଓ ଗ୍ରାମବାସୀଙ୍କ ସହାୟତାରେ ଅଜଗରକୁ ଉଦ୍ଧାର କରାଯାଇଥିଲା । ସ୍ୱାସ୍ଥ୍ୟ ପରୀକ୍ଷା ପରେ ସୁରକ୍ଷିତ ସ୍ଥାନରେ ଛଡ଼ାଯିବ ବୋଲି ବନ ବିଭାଗ ଅଧିକାରୀ ମଧୁସୂଦନ ପାତ୍ର ସୂଚନା ଦେଇଛନ୍ତି ।