ଚିକେନ୍, ଅଣ୍ଡା, କ୍ଷୀରରେ ନୁହେଁ ,ଏହି ୭ଟି ଫଳରେ ମଧ୍ୟ ମିଳିଥାଏ ପ୍ରୋଟିନ୍

ଯେତେବେଳେ ଆମେ ପ୍ରୋଟିନ୍ କଥା ହୋଇଥାଉ ସେତେବେଳେ ସାଧାରଣତଃ ଚିକେନ, ମାଛ, ଟୋଫୁ, ୟୋଗର୍ଟ, ବିନ୍ସ, ଅଣ୍ଡା, କ୍ଷୀର, ନଟସ୍, ଲହୁଣୀ ଭଳି ଜିନିଷ କଥା ମନକୁ ଆସିଥାଏ।  ପ୍ରୋଟିନର ଏହି ତାଲିକାରେ ଲୋକେ ଫଳକୁ ଗଣିନଥାନ୍ତି କାରଣ ଫଳ ପ୍ରୋଟିନର ମୁଖ୍ୟ ସ୍ରୋତ ହୋଇନଥାଏ। ବହୁତ କମ୍ ଲୋକ ଜାଣନ୍ତି ଯେ କିଛି ଖାସ୍ ଫଳରେ ମଧ୍ୟ ଅଳ୍ପ ମାତ୍ରାରେ ପ୍ରୋଟିନ୍ ମିଳିଥାଏ। ଆସନ୍ତୁ ଜାଣିବା ଏହି ୮ଟି ଫଳ ବିଷୟରେ

 

୧. ପିଜୁଳି : ଅଧ କପ୍ ପିଜୁଳି​‌ରେ ୨.୧୧ଗ୍ରାମ୍ ପ୍ରୋଟିନ୍ ଥାଏ। ପିଜୁଳି​ରେ ଅନେକ ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଅଧିକ ପ୍ରୋଟିନ୍ ପାଇଁ ଆପଣ ପ୍ରୋଟିନ୍ ପାଉଡର, ୟୋଗର୍ଟ କିମ୍ବା ଚିଜ ସହ ପିଜୁଳିର ସ୍ମୁଦି କରି ମଧ୍ୟ ନେଇ ପାରିବେ।

୨. ଏଭୋକାଡୋ : ଏଭୋକାଡୋକୁ ସୁପର ଫୁଡ ମଧ୍ୟ କୁହାଯାଇଥାଏ। ଏକ କପ୍ କଟା ଏଭୋକାଡୋରେ ୩ ଗ୍ରାମ୍ ପ୍ରୋଟିନ୍ ଥାଏ। ଏଭୋକାଡୋର ଏତିକି ହିଁ ମାତ୍ରାରେ ୧୦ଗ୍ରାମ୍ ଫାଇବର ମଧ୍ୟ ଥାଏ।

 

୩. ଆପ୍ରିକଟ୍ : ଆପ୍ରିକଟ୍‌ରେ ପ୍ରଚୁର ପରିମାଣରେ ପୋଟାସିୟମ୍ ଏବଂ ଭିଟାମିନ୍ A ଥାଏ। ଆପ୍ରିକଟ୍ ଭିଟାମିନ୍  C ଏକ ଭଲ ସ୍ରୋତ। ଆପ୍ରିକଟକୁ ଚିକେନ ରେସିପି ସହ ଖାଇବା ଦ୍ବାରା ବହୁଳ ମାତ୍ରାରେ ପ୍ରୋଟିନ୍ ମିଳିଥାଏ।

୪.ସୁନେଲି କିସମିସ୍ : ଅଧା କପ୍ ସୁନେଲି କିସମିସରେ ୧.୩୫ଗ୍ରାମ୍ ପ୍ରୋଟିନ୍ ଥାଏ। ଏଥିରେ ଆଇରନ୍, ଫାଇବର ଏବଂ ପୋଟାସିୟମର ଭଲ ମାତ୍ରା ଥାଏ। ଏହା ଜଙ୍କ୍ ଫୁଡ କ୍ରେଭିଂକୁ ରୋକିବାରେ ସହାୟକ ହୋଇଥାଏ।

୫. ପଣସ : ଅଧା କପ୍ ପଣସରେ ୧.୪୨ଗ୍ରାମ୍ ପ୍ରୋଟିନ୍ ଥାଏ। ପଣସରେ ଭିଟାମିନ୍ B6 ପ୍ରଚୁର ମାତ୍ରାରେ ଥାଏ। ଯାହା ଉତ୍ତମ ମେଟାବଲିଜମ ପାଇଁ ଜରୁରୀ ହୋଇଥାଏ। ପଣସ ଦେଖିବାକୁ ମାଂସ ଭଳି ହୋଇଥାଏ। କିନ୍ତୁ ଏଥିରେ ମାଂସ ଭଳି ପ୍ରୋଟିନ୍ ନଥାଏ।

୬. କିଓ୍ବି : ଏକ କପ୍ କଟା ହୋଇଥିବା କିଓ୍ବିରେ ୨.୦୫ଗ୍ରାମ୍ ପ୍ରୋଟିନ୍ ଥାଏ। ଫ୍ରୃଟ୍ ସାଲାଡରେ କିଓ୍ବି ଖାଇବା ଦ୍ବାରା ପ୍ରୋଟିନ୍ ମିଳିଥାଏ।

୭. ଶୁଖିଲା କୋଳି : ଏକ ଚତୁର୍ଥାଂଶ କପ୍ ଶୁଖିଲା କୋଳିରେ ୦.୯୫ ଗ୍ରାମ୍ ପ୍ରୋଟିନ୍ ମିଳିଥାଏ।  ଏଥିରେ ଫାଇବରର ପ୍ରଚୁର ସ୍ରୋତ ଥାଏ।