ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦରେ ଲିଫ୍ଟ ଭାଙ୍ଗି ଖସିପଡ଼ିବାରୁ ୭ଜଣଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାଟି ଗୁଜରାଟ ୟୁନିଭର୍ସିଟି ପାଖରେ ଏସ୍ପାୟର-୨ ନାମକ ଭବନର ନିର୍ମାଣ ସମୟରେ ୭ ତାଲାରୁ ଲିଫ୍ଟ ଭାଙ୍ଗିବା କାରଣରୁ ହୋଇଛି । ସମସ୍ତ ମୃତକ ଭବନ ନିର୍ମାଣ କାମରେ ନିୟୋଜିତ ଥିଲେ । ଅନ୍ୟପଟେ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ଓ ପ୍ରଶାସନ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।
ସୂଚନାଯୋଗ୍ୟ, ଭବନ ନିର୍ମାଣ କାମ ଚାଲିଥିବା ସମୟରେ ଏହି ଦୁର୍ଘଟଣାଟି ଘଟିଥିଲା । ବଡ଼ ଅଧିକାରୀ ଉକ୍ତ ମାମଲାର ଯାଞ୍ଚ ଆରମ୍ଭ କରିଛନ୍ତି ।